Latest Odisha News

BREAKING NEWS

ଏହି ଗୋଟିଏ ଜିନିଷ ଖାଆନ୍ତୁ, କମିଯିବ ଓଜନ

ଲଗାତାର ପେଟ ଓ ଓଜନ ବଢିବାକୁ ନେଇ ଚିନ୍ତିତ କି ?   କିପରି ଓଜନ କମିବ  ଭାବୁଛନ୍ତି କି ? । ଓଜନ କମାଇବା ପାଇଁ ବ୍ୟାୟାମ, ଯୋଗର ଆବଶ୍ୟକତା ଯେତିକି ଅଛି   ଖାଦ୍ୟ ନିୟନ୍ତ୍ରଣର ଆବଶ୍ୟକତା ମଧ୍ୟ ସେତିକି ଅଛି  । ଖାଉଥିବା ଖାଦ୍ୟରେ ପୋଷକ ତତ୍ତ୍ୱ, ପ୍ରୋଟିନ ଏବଂ ଫାଇବର ପ୍ରଚୁର ପରିମାଣରେ ଥାଇ କମ କ୍ୟାଲୋରି ରହିଲେ ଓଜନ କମିବାରେ ସାହାଯ୍ୟ କରେ । ଓଜନ କମାଇବାକୁ ଯଦି ଚାହୁଁଛନ୍ତି ତେବେ ଚିଆ ସିଡ ଖାଦ୍ୟରେ ବ୍ୟବହାର କରନ୍ତୁ |

ଛୋଟ କଳା କଳା ମଞ୍ଜି ଚିଆ ସିଡ୍ରେ ସଲେବୁଲ ଫାଇବର ଓ ପ୍ରୋଟିନ ରହିଥାଏ । ଯାହା ଖାଇଲେ ଦୀର୍ଘ ସମୟ ପର୍ଯ୍ୟନ୍ତ ପେଟ ଭର୍ତ୍ତି ରହିଥାଏ । ଯେଉଁଥି ପାଇଁ ବେଶୀ ସମୟ ପର୍ଯ୍ୟନ୍ତ ଭୋକ ଲାଗେ ନାହିଁ ।  ଚିଆ ସିଡ୍ ଓଜନ କମ କରେ ନାହିଁ । ଏହା ଓଜନ କମ କରିବାରେ ସାହାଯ୍ୟ କରେ ।  ତେବେ  ଆସନ୍ତୁ ଜାଣିବା ପେଟର ଚର୍ବି କମାଇବା ପାଇଁ ଚିଆ ସିଡ୍ କିପରି ଖାଇବା ଉଚିତ।

• ଚିଆ ସିଡର ସ୍ୱାଦ ହାଲକା ରହିଥିବାରୁ ଆପଣ ଏହାକୁ ଯେ କୌଣସି ରେସିପି କିମ୍ୱା ଡିସରେ ଅଂଶିଦାର କରିପାରନ୍ତି ।
• ଏହାକୁ ପାଣିରେ ମିଶାଇ ପିଇପାରିବେ । ଏଥିପାଇଁ ଆପଣ କିଛି ଚିଆ ସିଡକୁ ଅଧଘଣ୍ଟା ପାଣିରେ ବତୁରାଇବେ । ସକାଳେ ଖାଲି ପେଟରେ ପିଇପାରିବେ ।
• ଚିଆ ସିଡର ପାଣି ପିଇବାକୁ  ଚାହୁଁ ନ ଥିଲେ ଆପଣ ଏହାକୁ  ସାଲାଡରେ ମିଶାଇ ଖାଇ ପାରିବେ  । କିଛି ଲୋକ ଏହାକୁ ପେନ କେକେ ଓ ପୁଡିଙ୍ଗରେ ପକାଇ ଖାଇବାକୁ ପସନ୍ଦ କରିଥାନ୍ତି ।
• ଚିଆ ସିଡକୁ କ୍ଷୀର ସହିତ ମଧ୍ୟ ଖାଇ ପାରିବେ । ଏହାକୁ ଦହି ସହିତ ମିଶାଇ ଖାଇଲେ ବି ଭଲ ଲାଗିଥାଏ ।
• ଏହାକୁ ଫଳ ଯେପରି ସେଓ, କଦଳୀ, ଅଙ୍ଗୁର ଆଦି ଆଦି ଫଳ କାଟି ସେଥିରେ ଚିଆ ସିଡ ମିଶାଇ ଖାଇପାରିବେ ।  ଏଥିରେ ଡ୍ରାଏ ଫ୍ରୁଟ ମଧ୍ୟ ମିଶାଇ ପାରିବେ ।

Leave A Reply

Your email address will not be published.