Latest Odisha News

BREAKING NEWS

ଦଳ ଭାଙ୍ଗିବାକୁ ନେଇ କଣ କହିଲେ ଗୁଲାମ ନବୀ ଆଜାଦ ?

ଶ୍ରୀନଗର: ସୋନିଆଙ୍କ ଉପରେ ଅସନ୍ତୋଷ ଝାଡ଼ି ଗୁଲାମ ନବୀ ଆଜାଦ ଗତବର୍ଷ ଅଗଷ୍ଟ ୨୬ରେ ହାତ ଛାଡ଼ିଥିଲେ । କଂଗ୍ରେସ ଛାଡ଼ିବା ପରେ G୨୩ ଗୋଷ୍ଠୀର ଗୁଲାମ ଗଠନ କରିଥିଲେ ଡେମୋକ୍ରାଟିକ୍ ଆଜାଦ ପାର୍ଟି । ଡିଏପି ଗଠନ ପରେ ଆଜାଦଙ୍କ ସହ ଜମ୍ମୁ-କାଶ୍ମୀରର ବହୁ ନେତା ହାତ ମିଳାଇଥିଲେ । ହେଲେ ରାହୁଲଙ୍କ ଭାରତ ଯୋଡ଼ ଯାତ୍ରା ଶ୍ରୀନଗରରେ ପହଞ୍ଚିବା ପୂର୍ବରୁ ଆଜାଦଙ୍କ ଗୋଷ୍ଠୀର ଅନେକ ନେତା ମନ ବଦଳାଇ ପୁଣି କଂଗ୍ରେସକୁ ଫେରିଛନ୍ତି ।

ଯାହାକୁ ନେଇ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଗୁଲାମ ନବୀ ଆଜାଦ ? କହିଛନ୍ତି, ଯେବେ ଯାଏ ଭୋଟର ମୋ ସହ ଅଛନ୍ତି, ଚିନ୍ତା ନାହିଁ । ମୁଁ କଂଗ୍ରେସ ଛାଡ଼ି ଘାଟିର ଲୋକଙ୍କ ଦୁର୍ଦ୍ଦଶା ଦେଖି ଆସିଛି । ମୁଁ କାହା ଭରସାରେ ନାହିଁ । ୧୦ରୁ ୧୨ ଜଣ ନେତା ଦିଲ୍ଲୀ ପଳାଇଲେ । ଆପଣ ମୋ ସହ ଅଛନ୍ତି, ଚିନ୍ତା ନାହିଁ । ଆପଣମାନେ ହିଁ ତ ନେତା ବନାନ୍ତି । ଦଳ ସିନା ଟିକେଟ୍ ଦିଏ ଆପଣ ମାନେ ତ ଜିତାନ୍ତି ।

ଶ୍ରୀନଗରରେ ଆୟୋଜିତ କାର୍ଯ୍ୟକ୍ରମରେ ଗୁଲାନ ନବୀ ଆଜାଦ କହିଛନ୍ତି, ଟିକେଟ୍ ଦେବା ଲୋକ ଓ ଜିତାଇବା ଲୋକ ଏକାଠି ହୋଇଛୁ । ଏବେ ଦେଖିବାର ଅଛି ଆପଣ କେତେ ଲୋକଙ୍କୁ ଜିତାଉଛନ୍ତି । ଗତ ଶୁକ୍ରବାର ଜମ୍ମୁ-କାଶ୍ମୀରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତାରା ଚନ୍ଦଙ୍କ ସହ ୧୭ ଜଣ ନେତା ପୁଣି କଂଗ୍ରେସ ଫେରି ଯାଇଥିଲେ ।

ଗତବର୍ଷ ଅଗଷ୍ଟ ଶେଷରେ ଗୁଲାମ ନବୀ କଂଗ୍ରେସ ଛାଡ଼ିବା ବେଳେ ଏମାନେ ବି ଦଳ ଛାଡ଼ିଥିଲେ । ମାତ୍ର ୪ ମାସ ନ ପୁରୁଣୁ ପୁଣି କଂଗ୍ରେସକୁ ଫେରି ଯାଇଛନ୍ତି । ଅନ୍ୟପଟେ ସେପ୍ଟେମ୍ବର ୭ରୁ କନ୍ୟାକୁମାରୀରୁ ବାହାରିଥିବା ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ ଯାତ୍ରା ଆଜି ହରିୟାଣାର କୁରୁକ୍ଷେତ୍ରରେ ପହଞ୍ଚିଛି । ଆଶା କରାଯାଉଛି ଜାନୁଆରୀ ୨୦ ସୁଦ୍ଧା ପଞ୍ଜାବ, ହିମାଚଳ ଦେଇ ଜମ୍ମୁରେ ପହଞ୍ଚିବ ଭାରତ ଯୋଡ଼ ଯାତ୍ରା ।

ତେବେ ଜାମ୍ମୁ-କାଶ୍ମୀରରେ କଂଗ୍ରେସର ଭାରତ ଯୋଡ଼ ଯାତ୍ରା ପହଞ୍ଚିବା ପୂର୍ବରୁ ଗୁଲାମଙ୍କୁ ବାଏ ବାଏ କରି ୧୫ରୁ ଅଧିକ ନେତା ହାତ ଧରିଥିଲେ । ଏବେ ଅପେକ୍ଷା ଭାରତ ଯୋଡ଼ ଯାତ୍ରା ଶ୍ରୀନଗରେ ପହଞ୍ଚିବା ପରେ କଣ ରହୁଛି ରାହୁଲଙ୍କ ସହ ଗୁଲାମଙ୍କ ଆଭିମୁଖ୍ୟ ।

Leave A Reply

Your email address will not be published.