ଭୁବନେଶ୍ୱର: ହକି ବିଶ୍ୱକପକୁ ନେଇ ରାଜଧାନୀରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇଛି ପୋଲିସ । ଛକ ଛକରେ ଚେକିଂ ଚାଲିଛି । ରାଜଧାନୀରେ କଡ଼ା ସୁରକ୍ଷା ସତ୍ତ୍ୱେ ଅସାମାଜିକ ଯୁବକଙ୍କ କାର୍ଯ୍ୟକଳାପ ବଢ଼ିବାରେ ଲାଗିଛି । ଶନିବାର ରାତିରେ ଚନ୍ଦ୍ରଶେଖରପୁର ଅଞ୍ଚଳରେ ଥିବା ଏକ ବାରରେ ଭଙ୍ଗାରୁଜା କରିଥିଲେ ଦୁର୍ବୃତ୍ତ ।
ଜଣେ ଯୁବକଙ୍କ ସହ ବାର କର୍ମଚାରୀଙ୍କ ଯୁକ୍ତିତର୍କ ପରେ ସାଙ୍ଗସାଥୀ ମିଶି ମିଳିତ ଆକ୍ରମଣ ଭାବେ ଭଙ୍ଗାରୁଜା କରିଥିଲେ । ଭଙ୍ଗାରୁଜା ପରେ ସମସ୍ତେ ବସରେ ପିକନିକ୍ ପଳାଇଥିଲେ । ପୋଲିସ ତଦନ୍ତ କରି ମାମଲାରେ ୩୪ ଜଣଙ୍କୁ ଗିରଫ କରିଥିବା ବେଳେ ମୁଖ୍ୟ ଅଭିଯୁକ୍ତ ସଞ୍ଜୀବଙ୍କ ସହ କିଛି ସହଯୋଗୀ ଏବେବି ଫେରାର୍ ଅଛନ୍ତି ।
ତେବେ କମିଶନରେଟ୍ ପୋଲିସର କଡ଼ା ପ୍ରହରା ସତ୍ତ୍ୱେ ରାତିଅଧରେ କିଭଳି ଘଟିଲା ଏତେ ବଡ଼ କାଣ୍ଡ ? ସେଦିନ ରାତିରେ ଢ଼ିଲା ଥିଲା କି ପୋଲିସର ପାଟ୍ରୋଲିଂ । ହକିକୁ ନେଇ ବିଏମସି, ବିଡିଏର ସ୍ୱତନ୍ତ୍ର ସ୍କ୍ୱାଡ୍ ରାସ୍ତାକଡ଼ରୁ ଉଠାଦୋକାନୀଙ୍କୁ ହଟାଇ ଦେଉଥିବା ବେଳେ କିଭଳି ରାତି ଅଧ ଯାଏ ପବ୍ ଚାଲୁଛି । ଏଭଳି ଅନେକ ପ୍ରଶ୍ନ ଉଠୁଥିବା ବେଳେ ହକି ସମୟରେ ସୁରକ୍ଷା ବ୍ୟବସ୍ଥାରେ ଛିଦ୍ର କମିଶନରେଟ୍ ପୋଲିସର ପାରିବାପଣିଆ ପଦାରେ ପକାଇଛି ।
Comments are closed.