ମୁମ୍ବାଇ: ଆନ୍ନା ରଜନୀକାନ୍ତ ତାଙ୍କ ଫିଲ୍ମ କ୍ୟାରିୟରରେ ୧୦୦ରୁ ଅଧିକ ଅଭିନେତ୍ରୀଙ୍କ ସହିତ ଅଭିନୟ କରିଛନ୍ତି । କେବଳ ଦକ୍ଷିଣୀ ସିନେମାରେ ନୁହେଁ, ସଂଖ୍ୟାଧିକ ହିନ୍ଦୀ ଚଳଚ୍ଚିତ୍ରରେ ମଧ୍ୟ ତାଙ୍କ ଅଭିନୟର ଛାପ ରହିଛି । ଅନ୍ସ୍କ୍ରିନ୍ ରଜନୀକାନ୍ତ ତାଙ୍କ ବୟସଠାରୁ ଯଥେଷ୍ଟ ଛୋଟ ଅନେକ ଅଭିନେତ୍ରୀଙ୍କ ସହ ରୋମାନ୍ସ କରିଛନ୍ତି, ଯାହା କ୍ୱଚିତ୍ ଅଭିନେତାଙ୍କ କ୍ୟାରିୟରରେ ଦେଖିବାକୁ ମିଳେ । ଗୋଟେ ସମୟ ଥିଲା ଯେତେବେଳେ ରଜନୀକାନ୍ତ-ଶ୍ରୀଦେବୀଙ୍କ ଯୋଡିକୁ ଫିଲ୍ମ ଇଣ୍ଡଷ୍ଟ୍ରିରେ ଦର୍ଶକ ଖୁବ୍ ପସନ୍ଦ କରୁଥିଲେ । ଏହି କାରଣରୁ ଉଭୟ ଅନେକ ଚଳଚ୍ଚିତ୍ରରେ ଏକାଠି କାମ କରିଥିବା ନଜରକୁ ଆସେ । କିନ୍ତୁ କ୍ୱଚିତ୍ ଲୋକ ଜାଣିଥିବେ ସେମାନଙ୍କ ଭିତିରି ସମ୍ପର୍କର କଥା ।
ଉଭୟ ରଜନୀକାନ୍ତ-ଶ୍ରୀଦେବୀ ଯୋଡ଼ି ଇଣ୍ଡଷ୍ଟ୍ରିରେ ଖୁବ ଚର୍ଚ୍ଚିତ ଯୋଡ଼ି ଥିଲା । ଯେତେବେଳେ ଦୁହେଁ ପରଦାରେ ଏକାଠି ଅଭିନୟ କରୁଥିଲେ, ଦର୍ଶକ ମନ୍ତ୍ରମୁଗ୍ଧ ହୋଇଯାଉଥିଲେ । ଉଭୟ ଦକ୍ଷିଣୀ ସିନେମାରୁ ବଲିଉଡ ପର୍ଯ୍ୟନ୍ତ ପ୍ରାୟ ୨୫ଟି ଫିଲ୍ମରେ ଅଭିନୟ କରିଛନ୍ତି । ଉଭୟ ଯୋଡ଼ିଙ୍କର ଅଧିକାଂଶ ଚଳଚ୍ଚିତ୍ର କନ୍ନଡ, ମାଲାୟାଲମ୍, ତେଲୁଗୁ ଏବଂ ତାମିଲ ଭାଷାରେ ରହିଥିଲା ।
ନିକଟରେ ରଜନୀକାନ୍ତ ଏକ ସାକ୍ଷାତକାରରେ କହିଛନ୍ତି ଯେ, ୨୦୧୧ ମସିହାରେ ସେ ଫିଲ୍ମ ‘ରାଣା\’ ପାଇଁ ସୁଟିଂ କରୁଥିଲେ । ସେହି ସମୟରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା । ତାଙ୍କୁ ସଙ୍ଗେ ସଙ୍ଗେ ଚିକିତ୍ସା ପାଇଁ ସିଙ୍ଗାପୁରକୁ ନେବାକୁ ପଡିଥିଲା । ଯେତେବେଳେ ଏହି କଥା ଶ୍ରୀଦେବୀ ଜାଣିଲେ ସେ ଖୁବ୍ ଚିନ୍ତିତ ହୋଇପଡ଼ିଥିଲେ । ତୁରନ୍ତ ଶିରିଡ଼ି ଯାଇ ବାବାଙ୍କୁ ଦର୍ଶନ କରି ତାଙ୍କର ସୁସ୍ଥ କାମନା କରିଥିଲେ । ଏମିତି କି ୭ ଦିନ ପର୍ଯ୍ୟନ୍ତ ଉପବାସ ରହି ସେ ପୂଜାର୍ଚ୍ଚନା ମଧ୍ୟ କରିଥିଲେ । ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ସିଙ୍ଗାପୁରରୁ ଭାରତ ଫେରିବା ପରେ ଶ୍ରୀଦେବୀ ସିଧା ତାଙ୍କ ଘରେ ପହଞ୍ôଚଥିଲେ । ଆଜି ଶ୍ରୀଦେବୀ ଏହି ଦୁନିଆରେ ନାହାନ୍ତି ସତ ହେଲେ ତାଙ୍କର ପ୍ରଶଂସକମାନେ ଏହି ଯୋଡ଼ିକୁ ଏବେ ବି ମନେ ରଖିବା ସହ ବାରମ୍ବାର ତାଙ୍କ ଚଳଚ୍ଚିତ୍ର ଦେଖିବାକୁ ପସନ୍ଦ କରନ୍ତି ବୋଲି କହିଛନ୍ତି ରଜନୀକାନ୍ତ ।
BREAKING NEWS
- ୧୬ ମାସରେ ସରକାରୀ କଲେଜରୁ ରାଗିଂ ଜନିତ ୮ ଅଭିଯୋଗ: ମନ୍ତ୍ରୀ
- ୨୦୨୫ରେ ଭାରତୀୟମାନେ ଗୁଗୁଲରେ ଅଧିକ କଣ କରିଥିଲେ ସର୍ଚ୍ଚ? ଜାଣିଲେ ଆଶ୍ଚର୍ଯ୍ୟ ହେବେ…
- କାହିଁକି ଫିଲ୍ମ ସାଇନ୍ କରୁନଥିଲେ ଐଶ୍ୱର୍ଯ୍ୟା, ଖୁଲାସା କଲେ ଅଭିନେତ୍ରୀ…
- ଆମେରିକା ଲୋକ ଅଧିକ କିଣୁଛନ୍ତି Made In India ସ୍ମାର୍ଟଫୋନ୍, ଜାଣନ୍ତୁ କାହିଁକି…
- ୧୦୦ ବର୍ଷରେ ଡା. ଲକ୍ଷ୍ମୀ ବାଈ; ଏମ୍ସକୁ ୩ କୋଟି ୪୦ ଲକ୍ଷ ଦାନ କରିଥିଲେ, ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି
- ପୁଟିନଙ୍କ ରୁଷିଆରେ ଭାରତର ୧୦୦ ଟଙ୍କା ହୋଇଯାଏ କେତେ?
- Temple money belongs to deity: ମନ୍ଦିରର ଟଙ୍କା କାହାର? ଜାଣନ୍ତୁ କ’ଣ କହିଲେ ସୁପ୍ରିମକୋର୍ଟ
- IndiGo ପାଇଲଟଙ୍କୁ କେତେ ମିଳେ ଦରମା? ଜାଣିଲେ ହୋଇଯିବେ କାବା !
- ଭାରତର ସବୁଠୁ ବଡ ପରମାଣୁ ଶକ୍ତି କେନ୍ଦ୍ରକୁ ନେଇ ପୁଟିନ କଲେ ଏହି କମିଣ୍ଟମେଣ୍ଟ…
- ପୁଟିନଙ୍କ ଭାରତ ଗସ୍ତ: ଥରୁର ପାଇଲେ ନିମନ୍ତ୍ରଣ ପତ୍ର, ହେଲେ ରାହୁଲ ଗାନ୍ଧୀଙ୍କୁ ମିଳିଲାନି…
Comments are closed.