ରାଜସ୍ଥାନ : ବିବାହକୁ ନେଇ ସମସ୍ତେ ବହୁତ ଉତ୍ସୁକ ରହିଥାଆନ୍ତି । ବିବାହକୁ ଅପେକ୍ଷା କରି ରହିଥିବା ବେଳେ ନିଜ ବିବାହକୁ କିପରି ସ୍ପେଶିଆଲ କରିବେ ସେନେଇ ବହୁତ୍ ତତ୍ପର ରହିଥାଆନ୍ତି । ଆଉ ନିଜ ବିବାହ ଉତ୍ସବକୁ ଅଧିକ ଆକର୍ଷଣୀୟ କରିବା ପାଇଁ ସମସ୍ତ ପ୍ରସ୍ତୁତି କରିଥାଆନ୍ତି । ଏହି ଆକର୍ଷଣୀୟ କରିବା ଲକ୍ଷ୍ୟରେ ଜଣେ ବର ହଟ ହଟା ହେବାର ଦୃଶ୍ୟ ଦେଖିବାକୁ ମିଳିଛି । ଯାହା ବିବାହ ଉତ୍ସବରେ ଆଲୋଡ଼ନ ସୃଷ୍ଟି କରିଛି ।
ତେବେ ନିକଟରେ ବରଯାତ୍ରୀଙ୍କର ନାଚଗୀତ ସାଙ୍ଗକୁ ବାଜା ରୋସଣି ଓ ଆତସବାଜି ପରିବେଶକୁ ଉତ୍ସବମୟ କରିଦେଇଥିଲା। ଅଶ୍ବାରୋହଣ କରି ବରଟିଏ କନ୍ୟାଘର ପାଖରେ ପହଞ୍ଚୁଛି । ହେଲେ ବାଜା ରୋସଣି ବାଣଫୁଟା ଶବ୍ଦରେ ଭୟଭୀତ ହୋଇ ଘୋଡ଼ାଟି ଘଟଣାସ୍ଥଳରୁ ଦୌଡ଼ି ପଳାଇବାକୁ ଲାଗିଛି । ବରଟି ମଧ୍ୟ ଉପାୟ ଶୂନ୍ୟ ହୋଇ ଘୋଡ଼ାଟିକୁ ଜାବୁଡ଼ି ବସି ରହିଛି । ଶେଷରେ ବରଯାତ୍ରୀମାନେ ଘୋଡ଼ା ପଛରେ ବାଇକ୍ ଓ କାର୍ରେ ଦୀର୍ଘ ୪ କି.ମି. ଗୋଡ଼େଇ ଗୋଡ଼େଇ ବରକୁ ଉଦ୍ଧାର କରିଛନ୍ତି। ତେବେ ଏଭଳି ଘଟଣା ରାଜସ୍ଥାନର ଅଜମର ଅଞ୍ଚଳର ରାମପୁର ଗାଁରେ ଘଟିଛି । ଏଭଳି ଘଟଣା ସାରା ଅଜମରରେ ଚର୍ଚ୍ଚାର ବିଷୟ ପାଲଟିଛି ।
ସୁରକ୍ଷିତ ଭାବେ ବରକୁ ଉଦ୍ଧାର କରାଯାଇଥିବା ବେଳେ ‘ବରର ବିଦାୟ’ ଶୀର୍ଷକ ଏହି ଭିଡିଓଟି ଅପ୍ଲୋଡ୍ ହେବା ପରେ ୨୯ ଲକ୍ଷରୁ ଅଧିକ ତାହାକୁ ଦେଖିବା ସହ ନାନା ମଜାଦାର କମେଣ୍ଟ ଦେଇଛନ୍ତି ୟୁଜର୍ସ । କେହି କେହି ‘ଯୁଦ୍ଧ ପାଇଁ ରାଜା ସାହେବ ବାହାରିଗଲେ’ ବୋଲି ଲେଖିଥିବା ବେଳେ ଆଉ କିଏ ‘ବାଣ ଖାଲି ବାହାନା, ବରର ବାହାହେବାକୁ ଇଚ୍ଛା ନଥିଲା’ ବୋଲି ମଧ୍ୟ ବ୍ୟଙ୍ଗାତ୍ମକ କମେଣ୍ଟ କରିଛନ୍ତି।
Comments are closed.