ମୁମ୍ବାଇ : ସାଉଥ୍ର ଲୋକପ୍ରିୟ ଅଭିନେତା ଧନୁଷ । ସେ ସବୁବେଳେ ଲୁକ୍ ଏବଂ ଷ୍ଟାଇଲ୍କୁ ନେଇ ଫ୍ୟାନ୍ସଙ୍କ ନଜରରେ ରହିଥିବା ବେଳେ ବର୍ତ୍ତମାନ ଏପରି କିଛି କାମ କରିଛନ୍ତି ଯାହା ଫ୍ୟାନ୍ସଙ୍କ ମନ ଜିତିନେଇଛନ୍ତି । ଧନୁଷ ନିଜ ବାପା-ମା’ଙ୍କୁ ଆଲିସାନ୍ ବଙ୍ଗଳା ଉପହାର ଦେଇଛନ୍ତି । ଯାହାର ଦାମ୍ ହେଉଛି ଦେଢ଼ ଶହ କୋଟି ।
ନିର୍ଦ୍ଦେଶକ ସୁବ୍ରମଣ୍ୟମ ଶିବା ଫେସ୍ବୁକ୍ରେ ଏହି ଘରର ଫଟୋକୁ ସେୟାର କରିଛନ୍ତି । ନିକଟରେ ଧନୁଷଙ୍କ ପୂରା ପରିବାର ଏହି ଘରେ ରହିବା ପାଇଁ ଆସିଥିବା ସେ ସୂଚନା ଦେଇଛନ୍ତି। ଚେନ୍ନାଇର ପୋଇସ୍ ଗାର୍ଡନରେ ସ୍ଥିତ ଏହି ବିଳାଶପୂର୍ଣ୍ଣ ଘରଟିର ଦାମ୍ ପ୍ରାୟ ୧୫୦ କୋଟି ଟଙ୍କା ହେବ ବୋଲି ଦାବି କରାଯାଉଛି। ସୋଶିଆଲ ମିଡିଆରେ ଘରର ଯେଉଁ ଫଟୋ ସବୁ ସାମ୍ନାକୁ ଆସିଛି, ସେଥିରେ ଧନୁଷଙ୍କ ବାପା କସ୍ତୁରୀରାଜ ଓ ମା’ ବିଜୟଲକ୍ଷ୍ମୀଙ୍କୁ ଦେଖିବାକୁ ମିଳିଛି ।
ଏହି ପୋଷ୍ଟରେ ସୁବ୍ରମଣ୍ୟମ ଶିବା ଧନୁଷଙ୍କୁ ପ୍ରଶଂସା କରିଛନ୍ତି । ଶିବା ଲେଖିଛନ୍ତି, ମୋର ସାନଭାଇ ଧନୁଷଙ୍କ ନୂଆ ଘର ମୋତେ ଏକ ମନ୍ଦିର ପରି ଦେଖାଯାଉଛି । ସେ ନିଜ ପିତାମାତାଙ୍କୁ ସ୍ୱର୍ଗ ପରି ଏକ ଘର ଦେଇଛନ୍ତି ।
ନିକଟରେ ଧନୁଷଙ୍କ ଫିଲ୍ମ ‘ବାତୀ’ ରିଲିଜ ହୋଇଛି । ଏହି ଫିଲ୍ମକୁ ଚାରିଆଡୁ ପଜିଟିଭ ରେସ୍ପନ୍ସ ମିଳିଛି। ଫିଲ୍ମରେ ଧନୁଷଙ୍କ ଅପୋଜିଟ୍ରେ ସଂଯୁକ୍ତା ମେନନ୍ ନଜର ଆସିଛନ୍ତି। ଭେଙ୍କି ଅତଲୁରୀ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଥିବା ବେଳେ । ଏହି ଫିଲ୍ମ ଫେବୃଆରୀ ୧୭ ତାରିଖରେ ପରଦାକୁ ଆସିଥିଲା।
Comments are closed.