ଯାଜପୁର: ଦୋଳ ଆସିବା ଆଗରୁ ମନ୍ଦିର ହୋଇଗଲା ମୂର୍ତ୍ତିଶୂନ୍ୟ । ମନ୍ଦିରରୁ ଉଭେଇଗଲେ ଆଣ୍ଠୁଆ ଗୋପାଳ, ନୃସିଂହ ମୂର୍ତ୍ତି ଓ ରାମ ଲକ୍ଷ୍ଣଣ ସୀତାଙ୍କର ମୂର୍ତ୍ତୀ ସମୁହ । ସାରା ଗାଁରେ ହା ହା କାର । ଏମିତି ଘଟଣା ଘଟିଛି ଯାଜପୁର ଜିଲ୍ଲା ଅନ୍ତର୍ଗତ ହୀରାପୁର ଗାଁରେ । ହୀରାବାଗ ରଘୁନାଥଜୀଉ ମଠରୁ ମୂଲ୍ୟବାନ ମୂର୍ତ୍ତି ସହିତ ଅଳଙ୍କାର ଆଦି ଲୁଟି ନେଇଛନ୍ତି ଲୁଟେରା । ଯାହାର ମୂଲ୍ୟ ପ୍ରାୟ କୋଟିଏ ଟଙ୍କାରୁ ଉର୍ଦ୍ଧ୍ୱ ।
ଏହା ଜଣାପଡିବା ପରେ ସାରା ଗାଁ ଏବେ ସ୍ତବ୍ଧ ହୋଇଯାଇଛି । ଏଥର କେମିତି ପାଳିବେ ଦୋଳ । କାହାକୁ ନେଇ ଗାଁ ବୁଲିବେ ଶ୍ରଦ୍ଧାଳୁ । ଆଗକୁ ଝୁଲଣ, ମେଳଣ ଆଦି ପର୍ବ ଆସୁଥିବାରୁ ଏବେ ଗାଁ ଲୋକଙ୍କ ଭିତରେ ଭାଳେଣି ପଡିଛି । ଏହି ଘଟଣା ଗତକାଲି ବିଳମ୍ବିତ ରାତିରେ ଘଟିଛି ।
ମୂର୍ତ୍ତି ଗୁଡିକ ଅଷ୍ଟଧାତୁ ଓ ପିତ୍ତଳରେ ନିର୍ମିତ ହୋଇଥିବାରୁ ଏହାର ଆନୁମାନିକ ମୂଲ୍ୟ ୧କୋଟିରୁ ଉର୍ଦ୍ଧ୍ବ ହେବ ବୋଲି କୁହାଯାଉଛି । ଅଭିଯୋଗ ପାଇବା ପରେ ଯାଜପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସନ୍ଧାନୀ କୁକୁର ସହାୟତାରେ ତଦନ୍ତ ଆରମ୍ଭ କରିଛି । ତୁରନ୍ତ ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।
Comments are closed.