Latest Odisha News

BREAKING NEWS

୧୧ତମ ବାର୍ଷିକ ସୁଫିୟାନା ଓ ଆଧ୍ୟାତ୍ମିକ ସଙ୍ଗୀତ କାର୍ଯ୍ୟକ୍ରମ ‘ସମର୍ପଣ’ ଉଦଯାପିତ

ଭୁବନେଶ୍ୱର : ଓଡ଼ିଶା ପର୍ଯ୍ୟଟନ ବିଭାଗ ସହାୟତାରେ ଭୁବନେଶ୍ୱର ମ୍ୟୁଜିକ ସର୍କଲ ଦ୍ୱାରା ଅନୁଷ୍ଠିତ ହେଉଥିବା ୧୧ତମ ବାର୍ଷିକ ସୁଫିୟାନା ଓ ଆଧ୍ୟାତ୍ମିକ ସଙ୍ଗୀତ କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି । ଏହି ଅବସରରେ ଭାରତ ସରକାରଙ୍କ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟର ମହାନିର୍ଦ୍ଦେଶକ ତଥା ସ୍ୱତନ୍ତ୍ର ଶାସନ ସଚିବ ସିଦ୍ଧାନ୍ତ ଦାସ, ଭୁବନେଶ୍ୱର ମ୍ୟୁଜିକ୍ ସର୍କଲର ସଭାପତି ଅରବିନ୍ଦ ବେହେରା ଏବଂ ଭୁବନେଶ୍ୱର ମ୍ୟୁଜିକ୍ ସର୍କଲର ସାଧାରଣ ସମ୍ପାଦକ କ୍ଷୀରୋଦ କୁମାର ପଟ୍ଟନାୟକ ପ୍ରମୁଖ ଅତିଥି ଭାବରେ ଯୋଗ ଦେଇଥିଲେ ।

ଉଦ୍‌ଯାପନୀ ସଂଧ୍ୟାରେ ଓଡ଼ିଆ ଆଧ୍ୟାତ୍ମିକ ଭଜନ ସହିତ ପଞ୍ଜାବୀ ସୁଫି ସଙ୍ଗୀତ ପରିବେଷଣ କରାଯାଇଥିଲା । ଆଦ୍ୟାଶା ଦାସ ଓ ସୁଶାନ୍ତ ପଣ୍ଡାଙ୍କ ଦ୍ୱାରା ର୍ନିଗୁଣ ଆଧ୍ୟାତ୍ମିକ ଓଡ଼ିଆ ଭଜନ ଦର୍ଶକଙ୍କୁ ବିମୋହିତ କରିଥିଲା । ଶେଷ ଉପସ୍ଥାପନରେ ସତପାଲ୍‍ ୱାଡ଼ଲୀଙ୍କ ପଞ୍ଜାବୀ ସୁଫି ସଙ୍ଗୀତ ଦର୍ଶକଙ୍କ ଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ସଙ୍ଗୀତା ଗୋସାଇଁ ଓ ମୀରା ପଣ୍ଡା ସଞ୍ଚାଳନ କରିଥିଲେ ।

Leave A Reply

Your email address will not be published.