Latest Odisha News

BREAKING NEWS

ଅଭୁଲା ଗୀତ : ଏଇ ଛୋଟ କଥାଟିଏ ଭୁଲନା

ଗୀତ: ଗୁରୁକୃଷ୍ଣ ଗୋସ୍ୱାମୀ
ସଙ୍ଗୀତ : ଶାନ୍ତନୁ ମହାପାତ୍ର
ଗାୟନ : ପ୍ରଣବ ପଟ୍ଟନାୟକ ଓ ଉଷା ମଙ୍ଗେସକର
ଚଳଚ୍ଚିତ୍ର : ଅରୁନ୍ଧତୀ (୧୯୬୮)

ଏଇ ଛୋଟ କଥାଟିଏ ଭୁଲନା
ଭଲପାଏ ଆଉ କିଛି ଜାଣେନା
ତୁମେ ପାଶେ ଥିଲେ
କିଛି ଦୁନିଆରେ
ଆଉ ମୁଁ ଚାହେଁନା ଚାହେଁନା
ଏଇ ଛୋଟ କଥାଟିଏ ଭୁଲନା

କୁହ କାହିଁଯାଏ
ଝରି ମୁଁ ଝରଣା
ନୀଳ ସାଗର ମୁଁ
ସେକଥା ଜାଣେନା

ଭଲ ପାଇବ ତ
ଥିବାଯାଏ ଜୀଇଁ
ମୋ ଆଖିରେ କେବେ
ଲୁହ ଦେବ ନାଇଁ

ଏଇ ବାହୁ ଡୋର
ବହୁ ଜନମର
ଯାହା ହେଉ
ସେ ତ କେବେ
ନୁହେଁ ତୁଟିବାର

ସାଥି ପ୍ରୀତି
ଶପଥ ଭୁଲନା

ଏଇ ଛୋଟ କଥାଟିଏ ଭୁଲନା
ଏଇ ଛୋଟ କଥାଟିଏ ଭୁଲନା

କୁହ କାହା ପାଇଁ
ଝରେ ମୁଁ ଜୋଛନା

ନୀଳ କଇଁ ମୁଁ ତ
ସେକଥା ଜାଣେନା

ନୂପୁରର ଛନ୍ଦେ
ସୁର ନାଆ ବାହି
ହୋଇବ ତ ପାରି
ସମୟର ନଈ

ଆମ ବନ୍ଧନ
କୋଟି ଜନମର
ସେ ପରା ସରଗର
ପାରିଜାତ ଫୁଲ

ସାଥି ପ୍ରୀତି
ଶପଥ ଭୁଲନା
ସାଥି ପ୍ରୀତି
ଶପଥ ଭୁଲନା

ଏଇ ଛୋଟ କଥାଟିଏ ଭୁଲନା
ଭଲପାଏ ଆଉ କିଛି ଜାଣେନା
ତୁମେ ପାଶେ ଥିଲେ
କିଛି ଦୁନିଆରେ
ଆଉ ମୁଁ ଚାହେଁନା ଚାହେଁନା

ଏଇ ଛୋଟ କଥାଟିଏ ଭୁଲନା
ଏଇ ଛୋଟ କଥାଟିଏ ଭୁଲନା

ସୂର୍ଯ୍ୟ ଦେଓଙ୍କ ଓଡ଼ିଆ ସିନେମା ଗୀତ ୧୯୩୬-୬୯ ବହିରୁ

ନିଜ ମନ ପସନ୍ଦର ଗୀତ ପାଇଁ ନିମ୍ନ ଆଇଡିରେ ମେଲ କରନ୍ତୁ।
( editorodishasambad@gmail.com )

Leave A Reply

Your email address will not be published.