Latest Odisha News

BREAKING NEWS

ନିଜ ବାଡ଼ିରେ ଲଗାନ୍ତୁ ଏହି ସବୁ ଗଛ, ଘରେ ଭରିଯିବ ସୁଖ, ଶାନ୍ତି ଓ ସମୃଦ୍ଧି

ପରିବାରର ସୁଖଶାନ୍ତି ବଜାୟ ରହୁ ବୋଲି କିଏବା ନଚାହେଁ ! ଘର ଧନଧାନ୍ୟରେ ପୁରି ଉଠୁ, ଘରକୁ ସମସ୍ୟା ନ ଆସୁ ବୋଲି ସମସ୍ତେ ଚାହାଁନ୍ତି ।

ହେଲେ ଆପଣଙ୍କ ଘରେ ଯଦି ବାସ୍ତୁ ଦୋଷ ଥାଏ ତେବେ ଆପଣଙ୍କ ଇଚ୍ଛା ଓ ସ୍ୱପ୍ନ ପୂରଣରେ ବାଧକ ସାଜିଥାଏ। ଏହି ବାସ୍ତୁଦୋଷ ଦୂର ପାଇଁ କିଛି ପ୍ରତିକାର ମଧ୍ୟ କରିପାରିବେ। ଆସନ୍ତୁ ଜାଣିବା ଏହି ଉପାୟ ଗୁଡିକ ବିଷୟରେ..

-ଘରେ ତୁଳସୀ ଗଛ ଥିଲେ ସୁଖ, ଶାନ୍ତି ଓ ସମୃଦ୍ଧି ଆସିଥାଏ ଐଶାନ୍ୟ କୋଣରେ ତୁଳସୀ ଗଛ ଲଗାଇଲେ ଭାରି ଶୁଭ ସାବ୍ୟସ୍ତ ହୋଇଥାଏ।

-ବେଲ ଗଛ ହେଉଛି ଭଗବାନ ଶିବଙ୍କର ପ୍ରିୟ। ଆପଣ ନିଜ ବାଡ଼ିରେ ବେଲ ଗଛ ଲଗାଇପାରିବେ। ଏହା ଦ୍ୱାରା ଘରେ ଚାରିପଟେ ନକରାତ୍ମକ ଶକ୍ତି ଉଭେଇ ଯାଇଥାଏ ।

-ଅରଖ ଗଛର ମଧ୍ୟ ଅନେକ ମହତ୍ୱ ରହିଛି। ଅରଖ ଫୁଲକୁ ଭଗବାନ ଶିବଙ୍କ ପାଖରେ ଅର୍ପଣ କରାଯାଇଥାଏ। ଏହି ଗଛ ଲଗାଇଲେ ଆପଣଙ୍କର ଶତ୍ରୁ ଦୂର ହୋଇଥାନ୍ତି । ଏହା ଦ୍ୱାରା ଆପଣଙ୍କ ପରିବାର ଉପରେ ଦେବାଦେବୀଙ୍କ ଶୁଭ ଦୃଷ୍ଟି ପଡ଼ିଥାଏ।

-ବାସ୍ତୁ ଶାସ୍ତ୍ର ଅନୁଶାରେ ଅଁଳା ଗଛର ମଧ୍ୟ ମହତ୍ୱ ରହିଛି। ଅଁଳା ଗଛରେ ଦେବାଦେବୀ ବାଷ କରନ୍ତି ବୋଲି ବିଶ୍ୱାଷ ରହିଛି। ତେଣୁ ଆପଣ ନିଜ ବାଡ଼ିରେ ଅଂଳା ଗଛ ଲଗାଇ ପୂଜା ମଧ୍ୟ କରିପାରିବେ।

Leave A Reply

Your email address will not be published.