Latest Odisha News

ଏଚପି ଭାରତରେ ଲଂଚ କଲା ଏରୋ ୧୩ ନୋଟବୁକ, ଥରେ ଚାର୍ଜ କଲେ ଚାଲିପାରିବ ୧୧ ଘଣ୍ଟା

ନୂଆଦିଲ୍ଲୀ: ଲାପଟପ ଓ ଡେସ୍କଟପ ସହ ପ୍ରିଣ୍ଟର ନିର୍ମାଣ କରୁଥିବା ଏଚପି ଭାରତରେ ପାଭିଲିୟନ୍ ଏରୋ ୧୩ ନୋଟବୁକ୍ ନାମକ ଲାପଟପ ଲଞ୍ଚ କରିଛି । ଏଏମଡି ରାଇଜେନ ୭ ପ୍ରୋସେସର ଏବଂ ରେଡିୟୋନ ଗ୍ରାଫିକ୍ସ ସହିତ ଆସୁଥିବା ଏହି ଲାପଟପ ନୂତନ ପିଢ଼ିର ପାଇଁ ସ୍ୱତନ୍ତ୍ର ଭାବେ ଡିଜାଇନ୍ ହୋଇଛି, ଯାହାକୁ ଯେକୌଣସି ସ୍ଥାନରେ ଏବଂ ଯେକୌଣସି ସମୟରେ ଅତି ସହଜରେ ବ୍ୟବହାର କରାଯାଇପାରିବ । ପାଭିଲିୟନ୍ ଏରୋ ୧୩ ଲାପଟପରେ ଫ୍ଲିକର ଫ୍ରି ସ୍କ୍ରିନ ସହ ୨.୫କେ ରେଜୋଲୁସନ ଏବଂ ୧୦୦ ପ୍ରତିଶତ ଏସାରଜିବି ବୈଶିଷ୍ଟ୍ୟ ରହିଛି । ସେହିପରି ଏକାଥରକେ ଏକାଧିକ କାର୍ଯ୍ୟ ପରିଚାଳନା କରିବାକୁ ଏଥିରେ ଡ଼ିଡ଼ିଆର୫ ରାମ ଅଛି ।

ଉତ୍ତମ ଭିଡିଓ କଲ୍ ସହ ୱାଇ-ଫାଇ ୬ ସପୋର୍ଟ ରହିଛି । ସିଙ୍ଗଲ୍ ଚାର୍ଜିଂରେ ଏହି ଲାପଟପ ୧୧ ଘଣ୍ଟା ପର୍ଯ୍ୟନ୍ତ ଚାଲିପାରିବ । ମୂଲ୍ୟ ବିଷୟରେ କହିବାକୁ ଗଲେ, ରାଇଜେନ୍ ୫ ପ୍ରୋସେସର ସହିତ ପାଭିଲିୟନ୍ ଏରୋ ୧୩ ର ପ୍ରାରମ୍ଭିକ ମୂଲ୍ୟ ହେଉଛି ୭୨୯୯୯ ଟଙ୍କା। ଯେତେବେଳେ କି, ରାଇଜେନ୍ ୭ ଏବଂ ୧ଟିବି ଏସଏସଡିରେ ଏଚପି ପାଭିଲିୟନ୍ ଏରୋ ୧୩ ର ପ୍ରାରମ୍ଭିକ ମୂଲ୍ୟ ୮୨,୯୯୯ ଟଙ୍କା ରହିଛି ।

Leave A Reply

Your email address will not be published.