ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ
ମଣିଷ ବୁଝିଥାଏ ଯାହା
ତଦନୁସାରେ କରେ ତାହା
ନୂଆ କିଛି ବୁଝି ନ ପାରି
ନିଜ ପଂଥାକୁ ଥାଏ ଧରି
‘ସଭିଏଁ ହେବେ ଏକାଭଳି’
ଭାବି, କରିଲେ ବୃଥା କଳି
ସମାଜେ ରହେ ଖାଲି ଭ୍ରାଂତି
ମିଳେନି ସ୍ବାସ୍ଥ୍ୟ, ସୁଖ, ଶାଂତି
ଅନ୍ୟର ଉପରେ କ୍ଷମତା
ପ୍ରୟୋଗ କଲେ, ଅସ୍ଥିରତା
ଲାଗି ରହଇ ଅବିରାମ
ହୋଇପାରେନି ମୂଳ କାମ
ରୁଚି, ଆଗ୍ରହ, ମନୋବୃତ୍ତି
ଚରିତ୍ର, ସ୍ବଭାବ, ପ୍ରକୃତି
ଧରିଲେ ବହୁମୁଖୀ ରୀତି
ଘଟଇ ଭାଷାର ଉନ୍ନତି
ଭାଷା ହୋଇଲେ ସର୍ବଂସହା
ଲୋକଂକୁ ଦିଶେ ନୂଆ ରାହା
କେ ନୁହେ କାହା ବଶଂବଦ
ଏହା ହିଁ ଭାଷାର ସଂପଦ
ବୁଝି ବୁଝାଇ ପାରେ ଯିଏ
ବାଟ ବତାଳି ହୁଏ ସିଏ
ଏପରି ଲୋକଂକ ସାହାଯ୍ୟ
ଲୋଡ଼େନି କୌଣସି ସାମ୍ରାଜ୍ୟ
ସଂଖ୍ୟାଗରିଷ୍ଠ ହୋଇ ସୁଦ୍ଧା
ଦଳରେ ଥାଏ ବହୁ ବାଧା
ସ୍ବାଧୀନ ଭାବନା ପ୍ରକାଶ
ନ କଲେ ଦଳ ହୁଏ ନାଶ
ଜଣକ କଥା ମାନି ଦଳ
ଚଳିଲେ କମିଯାଏ ବଳ
ମିଳେନି କୌଣସି ସୁଫଳ
ବ୍ୟକ୍ତି ହୁଅଇ କଲବଲ
ଆମର ଅବସ୍ଥା କିପରି
ବୁଝିବେ ମତର ବେପାରୀ ?
ପଚାରିଲେ ବି ବାରଂବାର
ମିଳୁନି ପ୍ରଶ୍ନର ଉତ୍ତର
Comments are closed.