Latest Odisha News

BREAKING NEWS

ଟଳିଗଲା ବଡ଼ ଅଘଟଣ, ପ୍ଲାଟଫର୍ମରୁ ପଛକୁ ଫେରିବା ବେଳେ ପୁରୀ-ଗୁଣପୁର ଏକ୍ସପ୍ରେସ୍ ଲାଇନଚ୍ୟୁତ୍

ପୁରୀ: ପୁରୀ ରେଲୱେ ଷ୍ଟେସନରେ ଏକ ବଡ଼ ଅଘଟଣ ଟଳି ଯାଇଛି । ଯାତ୍ରୀଙ୍କୁ ନେଇ ପୁରୀ-ଗୁଣପୁର ଏକ୍ସପ୍ରେସ୍ ପୁରୀ ରେଲୱେ ଷ୍ଟେସନରେ ପହଞ୍ଚିଥିଲା । ଯାତ୍ରୀ ଓହ୍ଲାଇ ଯିବାର କିଛି ସମୟ ପରେ ପଛକୁ ଫେରିବା ସମୟରେ ଲାଇନଚ୍ୟୁତ୍ ହୋଇଛି ପୁରୀ-ଗୁଣପୁର ଏକ୍ସପ୍ରେସ୍ ।

ସଟିଂ ଲାଇନରେ ୩ଟି ବଗି ଲାଇନଚ୍ୟୁତ୍ ହୋଇଥିବା ବେଳେ ୨୮ ସ୍ଲିପର କ୍ଷତିଗ୍ରସ୍ତ ହୋଇଛି । ସୌଭାଗ୍ୟବଶତଃ କେହି ମୃତାହତ ହୋଇ ନାହାନ୍ତି । ଘଟଣାସ୍ଥଳରେ ରେଲୱେର ବରିଷ୍ଠ ଅଧିକାରୀ ପହଞ୍ଚି ଯାଞ୍ଚ କରୁଛନ୍ତି ।

ଖୋର୍ଦ୍ଧାରୁ ଆକ୍ସିଡେଣ୍ଟ ରିଲିଭ୍ ଟୁଲ୍ ପହଞ୍ଚିଛି । ଆଧୁନିକ ଯନ୍ତ୍ରାଂଶ ସାହାଯ୍ୟରେ ତୁରନ୍ତ ଟ୍ରେନଟିକୁ ଲାଇନକୁ ଆଣିବା ଲାଗି ଉଦ୍ୟମ ଜାରି ରହିଛି । ଟ୍ରେନ୍ ଚଳାଚଳ ପୁରୀରୁ ସ୍ୱାଭାବିକ ରହିଥିବା ବେଳେ ସଟିଂ ଲାଇନକୁ ବନ୍ଦ ରଖାଯାଇଛି । ଆସନ୍ତାକାଲି ଟ୍ରେନଟି ଗୁଣପୁର ଛାଡ଼ିବାର ଥିବାରୁ ଯୁଦ୍ଧକାଳୀନ ଭିତ୍ତିରେ କାମ ଚାଲିଛି ।

Leave A Reply

Your email address will not be published.