Latest Odisha News

BREAKING NEWS

ପୁଣି ବଙ୍ଗୋପସାଗରରେ ଲଘୁଚାପ: ୨୧ରୁ ୨୫ ପର୍ଯ୍ୟନ୍ତ ପ୍ରବଳ ବର୍ଷିବ

ଭୁବନେଶ୍ୱର : ଭାରତୀୟ ପାଣିପାଗ ବିଭାଗ (ଆଇ.ଏମ.ଡ଼ି)ର ସତର୍କ ସୂଚନାନୁଯାୟୀ ୨୧ ତାରିଖ ଠାରୁ ବଙ୍ଗୋପସାଗରେ ପୁଣି ଏକ ଲଘୁଚାପ ଘନିଭୂତ ହେଉଛି । ଫଳରେ ରାଜ୍ୟରେ ଶନିବାର ଠାରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନାନୁସାରେ ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପର ନିଶ୍ଚିତ ସମ୍ଭାବନାରେ ଓଡ଼ିଶା ସମେତ ପଶ୍ଚିମବଙ୍ଗରେ ପ୍ରବଳ ବୃଷ୍ଟିପାତ ହେବାର ଆଶଙ୍କା ରହିଛି । ୨୨ ତାରିଖ ବେଳକକୁ ସମଗ୍ର ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବୃଷ୍ଟିପାତର ସତର୍କ ସୂଚନା ପ୍ରଦାନ କରିଛନ୍ତି ଭାରତୀୟ ପାଣିପାଗ ବିଭାଗ ।

ତେବେ ଏହି ବୃଷ୍ଟିପାତ ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟରେ ଜାରି ରହିବ ବୋଲି ସୂଚନା ଦେଇଛନ୍ତି ପାଣିପାଗ କେନ୍ଦ୍ର ।

ଏହି ସମୟରେ ମତ୍ସଜୀବି ମାନଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରିଛନ୍ତି ପାଣିପାଗ କେନ୍ଦ୍ର, ଜନସାଧାରଣଙ୍କୁ ନିରାପଦ ସ୍ଥାନରେ ରହିବାକୁ ପରାମର୍ଶ କରିଛନ୍ତି ପାଣିପାଗ ବିଭାଗ କର୍ତ୍ତୃପକ୍ଷ ।

ରାଜ୍ୟ ରାଜସ୍ୱ ଓ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ମହେଶ୍ୱର ମହାନ୍ତି ସମସ୍ତ ଜିଲାପାଳମାନଙ୍କୁ ପରିସ୍ଥିତି ପ୍ରତି ସତର୍କ ଦୃଷ୍ଟି ରଖିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି ।

Leave A Reply

Your email address will not be published.