ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ
ଆନଂଦେ ବିତାଇ ସମୟ
ଦୂର କରିବା ଭାଷାଭୟ
ଜାଗ୍ରତ କଲେ ଭାଷାପ୍ରୀତି
ସଭିଏଁ ଦେଖିବା ଉନ୍ନତି
ଭାଷାକୁ କରିଲେ ସରଳ
ସଭିଂକୁ ମିଳିବ ସୁଫଳ
ଭାଷା ନ ହେଲେ ଟଳମଳ
ବଢ଼ିବ ଭାଷୀଂକର ବଳ
ସ୍ମୃତିରେ ସଂଚିତ ଶବଦ
ଲେଖିବା ଯେଣୁ ନିରାପଦ
ଅଂଡାଳି ଶବ୍ଦକୋଷମାନ
କିପାଇଁ କରିବା ଚୟନ ?
ଅଚିହ୍ନା ଶବ୍ଦ କହି, ଲେଖି
ଭାଷାକୁ ହୁଏନାହିଁ ଟେକି
ହୋଇସାରିଛି ପ୍ରମାଣିତ
ତେବେ ବି ହେଉନି ସ୍ବୀକୃତ
ଧନ ଓ ଜ୍ଞାନ ପ୍ରଦର୍ଶନ
ଆଡ଼କୁ ନିଏ ଯିଏ ମନ
ତାହାର କଥନ, ଲିଖନ
ହୁଅଇ ବାସ୍ତବତାହୀନ
ଭାଷାର ବାସ୍ତବ ସ୍ବରୂପ
ବୁଝି, ଜାଣି କରିଲେ ଲୋପ
ସାହିତ୍ଯ ହୁଏ ଶବ୍ଦ ଗଦା
ପାଠକ ଭୋଗେ ଅସୁବିଧା
‘ ଅତୀତ ଅତି ମନୋରମ ‘
ଭାବନା ଯେଣୁ ମହାଭ୍ରମ
ତହିଁରୁ ମିଳିଗଲେ ମୁକ୍ତି
ଭାଷା ପାଆଂତା ନୂଆ ଶକ୍ତି
ଚଳିତ କାଳ ପାଇଁ କାମ
କରିବା ଅଟଇ ଉତ୍ତମ
ଭବିଷ୍ୟତର ହିତ ପାଇଁ
କିଛି ବି କରିବା କି ନାହିଁ ?
ଖୋଜିବା ଏହାର ଉତ୍ତର
ହୋଇବା ସୁକର୍ମତତ୍ପର
ଭାଷାରେ ନାହିଁ କିଛି ଖୁଣ
ଭାଷୀଏ ନୁହଂତି ନିପୁଣ