Latest Odisha News

BREAKING NEWS

କ୍ରିକେଟର ପୃଥ୍ୱୀ ଶ’ଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହେଲେ ସପ୍ନା ଗିଲ୍

ମୁମ୍ବାଇ: କ୍ରିକେଟର ପୃଥ୍ୱୀ ଶ ଓ ତାଙ୍କ ବନ୍ଧୁଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ କରିବାକୁ ଅନ୍ଧେରୀ ମାଜିଷ୍ଟ୍ରେଟ୍ କୋର୍ଟଙ୍କ ଦ୍ୱାରସ୍ଥ ହେଲେ ସୋସିଆଲ୍ ମିଡିଆ ଇନ୍‌ଫ୍ଲୁଏନ୍ସର ସପ୍ନା ଗିଲ୍‌। ବୁଧବାର ସେ କୋର୍ଟରେ ଅଭିଯୋଗ କରି ଦୁଇ ଜଣଙ୍କ ବିରୋଧରେ ଏଫ୍‌ଆଇଆର୍‌ ରୁଜୁ କରିବାକୁ ଆବେଦନ କରିଛନ୍ତି। ଫେବ୍ରୁଆରୀ ୧୫ ତାରିଖରେ ପୃଥ୍ୱୀ ଓ ତାଙ୍କ ବନ୍ଧୁ ଏକ ବ୍ୟାଟ୍‌ରେ ତାଙ୍କୁ ମାଡ଼ି ମାରିଥିବା ସେ ଅଭିଯୋଗରେ ଦର୍ଶାଇଛନ୍ତି। ସାଥିରେ ଡାକ୍ତରୀ ସାର୍ଟିଫିକେଟ୍‌ ବି ଦେଇଛନ୍ତି ସପ୍ନା। ଏନେଇ ତାଙ୍କ ଓକିଲ ଅଲୀ କାଶିଫ ଖାନ୍ ସୂଚନା ଦେଇଛନ୍ତି।

କେବଳ ସେତିକି ନୁହେଁ ଏୟାରପୋର୍ଟ ପୁଲିସ୍ ଷ୍ଟେସନ୍‌ର ଦୁଇ ପୁଲିସ ଅଫିସର୍‌ଙ୍କ ବିରୋଧରେ ବି ସପ୍ନା ଅଭିଯୋଗ କରିଛନ୍ତି। ସେମାନେ ଠିକ୍‌ ଭାବେ ତାଙ୍କ ଡ୍ୟୁଟି ସମ୍ପାଦନ କରି ନଥିବା ସପ୍ନା ତାଙ୍କ ଆବେଦନରେ ଦର୍ଶାଇଛନ୍ତି। ତଦନ୍ତକାରୀ ଅଫିସର ସତୀଶ କୱାର ଓ ସିନିୟର ଇନ୍ସପେକ୍ଟର ଭାଗବତ ରାମା ଗାରାଣ୍ଡେଙ୍କ ବିରୋଧରେ କୋର୍ଟରେ ଅଭିଯୋଗ ହୋଇଛି।

ଦୁଇ ପୁଲିସ ଅଫିସରଙ୍କ ବିରୋଧରେ ଅଭିଯୋଗ କରି ସେ ଦର୍ଶାଇଛନ୍ତି ଯେ କିଛି ମାସ ପୂର୍ବରୁ ସେ ମାର୍‌ପିଟ୍‌ର ଶିକାର ହୋଇ ଥାନାରେ ମାମଲା କରିଥିଲେ ବି ପୁଲିସ ତାଙ୍କ ଅଭିଯୋଗ ରଖି ନଥିଲା। ହେଲେ ପୃଥ୍ୱୀଙ୍କକ ମାମଲା ଦାର ହୋଇଥିଲା। ଏପ୍ରିଲ ୧୭ ତାରିଖରେ ଉଭୟ ମାମଲାର ଶୁଣାଣି ହେବ।। ସୂଚନା ଥାଉକି ପୃଥ୍ୱୀ ଶଙ୍କ ସେଲ୍‌ଫୀ ନେବାକୁ ନେଇ ମାର୍‌ପିଟ୍‌ ଅଭିଯୋଗରେ ସପ୍ନା ଓ ତାଙ୍କ ବନ୍ଧୁମାନେ ଫେବ୍ରୁଆରୀ ମାସରେ ଗିରଫ ହୋଇଥିଲେ। ବର୍ତ୍ତମାନ ସମସ୍ତେ ବେଲ୍‌ରେ ମୁକୁଳି ସାରିଛନ୍ତି।

Comments are closed.