ଚଣ୍ଡିଗଡ: ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ଚରଣଜିତ ସିଂ ଚନ୍ନି ବିଜେପିରେ ଯୋଗଦେବା ନେଇ ଚର୍ଚ୍ଚା ଜୋର ଧରିଛି । ଫଳରେ ପଞ୍ଜାବ ରାଜନୀତି ସରଗରମ ହୋଇ ଉଠିଛି । ଚନ୍ନି କେତେକ ବିଜେପି ନେତାଙ୍କୁ ଭେଟିବା ପରେ ଏହି ଏହି କଳ୍ପନା ଜଳ୍ପନାର ସୂତ୍ରପାତ ହୋଇଛି । ୨୦୨୨ ପଞ୍ଜାବ ନିର୍ବାଚନରେ କଂଗ୍ରେସ ହାତରୁ ଆପ କ୍ଷମତା ଛଡେଇ ଆଣିଥିଲା । ଏହା ପରେ ଚନ୍ନି ପ୍ରାୟତଃ ନୀରବ ହୋଇ ଯାଇଥିଲେ । ଦୁର୍ନୀତି ମାମଲାରେ ତାଙ୍କ ଜ୍ୱାଇଁ ଗିରଫ ହେବା ପରେ ସେ ରାଜନୀତିରୁ ଏକପ୍ରକାର ଦୂରେଇ ଯାଇଥିଲେ ।
କିଛି ଦିନ ତଳେ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ଯାତ୍ରାରେ ସେ ନଜର ଆସିଥିଲେ । ପରେ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଓ ମଲ୍ଲିକାର୍ଜୁନ ଖାର୍ଗେଙ୍କୁ ମଧ୍ୟ ଭେଟିଥିଲେ । ଏହା ମାଧ୍ୟମରେ ସେ କଂଗ୍ରେସ ପ୍ରତି ଉତ୍ସର୍ଗରକୃତ ମନୋଭାବ ରଖିଥିବା ପ୍ରମାଣ କରିଥିଲେ । ତେବେ ବାରମ୍ବାର ବିଜେପି ନେତାଙ୍କୁ ଭେଟିବା ରାଜନୀତି ସମୀକ୍ଷକଙ୍କ ଦ୍ୱନ୍ଦ୍ୱରେ ପକାଇଛି ।
Comments are closed.