Latest Odisha News

BREAKING NEWS

ଦର୍ପଣ ହୋଇପାରେ ସ୍ୱାମୀ-ସ୍ତ୍ରୀଙ୍କ କଳହର କାରଣ !

ଦର୍ପଣ ବ୍ୟକ୍ତିର ଜୀବନକୁ ଅନେକ ଢ଼ଙ୍ଗରେ ପ୍ରଭାବିତ କରିଥାଏ । ଗୋଟିଏ ପଟେ ଏହାର ବ୍ୟବହାର ସଜବାଜ ହେବା ପାଇଁ କରାଯାଉଥିବା ସମୟରେ ଅନ୍ୟପଟେ ଏହାକୁ ଠିକ୍‌ ସ୍ଥାନରେ ନ ରଖିଲେ ଆପଣଙ୍କ ଜୀବନ ଅସୁନ୍ଦର ହୋଇଯାଇପାରେ ।

ଆସନ୍ତୁ ଜାଣିବା ଘରେ ଦର୍ପଣ ରଖିବାର ସଠିକ୍‌ ଦିଗ ବିଷୟରେ…

୧- ମନେ ରଖନ୍ତୁ ରାତିରେ ଶୋଇବା ସମୟରେ ଦର୍ପଣରେ ଯେପରି ଆପଣଙ୍କ ଖଟ ପ୍ରତିଫଳିତ ନହୁଏ।ଏପରି ହେବା ଦ୍ୱାରା ଘରର ମୁଖିଆଙ୍କର ଦେହ ଅସୁସ୍ଥ ରହିଥାଏ ଏବଂ ବୈବାହିକ ଜୀବନରେ ଝଡ଼ ସୃଷ୍ଟି ହୋଇଥାଏ।

୨-ଦକ୍ଷିଣ ଦିଗରେ ଦର୍ପଣ ରହିଲେ ଘରର ସଦସ୍ୟ ଅସୁସ୍ଥ ହୋଇଥାନ୍ତି। ସେହିପରି ଆପଣଙ୍କ ଘରେ ଯଦି ଦକ୍ଷିଣ-ପୂର୍ବ ଦିଗରେ ଦର୍ପଣ ରହିଛି, ତେବେ ସ୍ୱାମୀ-ସ୍ତ୍ରୀଙ୍କ ସମ୍ପର୍କରେ କଳହ ସୃଷ୍ଟି ହୋଇପାରେ।

୩-ପଶ୍ଚିମ ଦିଗଗରେ ଦର୍ପଣ ଲଗାଇଲେ ଆପଣ ଦିନକୁ ଦିନ ଅଳସୁଆ ହୋଇଥାନ୍ତି।

୪-ଯଦି ଆପଣଙ୍କ ଘରେ ଉତ୍ତର ଦିଗରେ ଦର୍ପଣ ରହିଛି, ତେବେ ଆପଣଙ୍କର ଆର୍ଥିକ ସମୃଦ୍ଧି ହୋଇଥାଏ। ସେହିପରି ଉତ୍ତର-ପୂର୍ବ ଓ ପୂର୍ବ ଦିଗରେ ଦର୍ପଣ ଲଗାଇଲେ ଘରର ସଦସ୍ୟଙ୍କର ଉନ୍ନତି ହେବା ସହିତ ସମାଜରେ ଆପଣଙ୍କର ପ୍ରତିଷ୍ଠା ବଢ଼ିଥାଏ।

 

Leave A Reply

Your email address will not be published.