Latest Odisha News

BREAKING NEWS

ନବମରୁ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପରୀକ୍ଷା ଢାଞ୍ଚାରେ ପରିବର୍ତ୍ତନ ଲାଗି ଏନ୍‌ସିଇଆର୍‌ଟିର ପ୍ରସ୍ତାବ

ନୂଆଦିଲ୍ଲୀ : ନବମରୁ ଦ୍ୱାଦଶ ଶ୍ରେଣୀ ପିଲାମାନଙ୍କ ପରୀକ୍ଷା ଢାଞ୍ଚାରେ ବଡ଼ ଧରଣର ପରିବର୍ତ୍ତନ ଲାଗି ଜାତୀୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ (ଏନ୍‌ସିଇଆର୍‌ଟି) ପ୍ରସ୍ତାବ ରଖିଛି। ୯ମରୁ ଦ୍ୱାଦଶ ଶ୍ରେଣୀ ମଧ୍ୟରେ ପିଲାମାନଙ୍କୁ ୮ଟି ସେମିଷ୍ଟର ବା ବୋର୍ଡ ପରୀକ୍ଷା ଦେବାକୁ ପଡ଼ିବ। ଅର୍ଥାତ୍‌ ପ୍ରତି ଶିକ୍ଷାବର୍ଷରେ ସେମାନେ ଦୁଇଟି ସେମିଷ୍ଟର ବା ବୋର୍ଡ ପରୀକ୍ଷା ଦେବାକୁ ହେବ। ଯଦି ସେମାନେ ଗୋଟିଏ ସେମିଷ୍ଟରରେ ଭଲ ନ କରନ୍ତି, ତେବେ ପରବର୍ତ୍ତୀ ସେମିଷ୍ଟରରେ ସେମାନଙ୍କୁ ଆଉ ଏକ ସୁଯୋଗ ମିଳିବ ବୋଲି ସ୍କୁଲ୍‌ ଶିକ୍ଷା ପାଇଁ ଥିବା ନୂଆ ଜାତୀୟ ପାଠ୍ୟକ୍ରମ ରୂପରେଖରେ କୁହାଯାଇଛି।

କେନ୍ଦ୍ର ଦ୍ୱାରା ନିଯୁକ୍ତ ଜାତୀୟ ଷ୍ଟିଅରିଂ କମିଟି ପ୍ରସ୍ତାବ ଅନୁଯାୟୀ କଳା ବିଭାଗର ପିଲାମାନେ ବାଣିଜ୍ୟ ଓ ବିଜ୍ଞାନ ପାଠ ପଢ଼ିପାରିବେ। ସେହିପରି ବାଣିଜ୍ୟ ଓ ବିଜ୍ଞାନ ପିଲାଙ୍କୁ ମଧ୍ୟ କଳା ବିଭାଗର ବିଷୟ ପଢ଼ିବାର ସୁଯୋଗ ମିଳିବ। ତେବେ ପରୀକ୍ଷା ଢାଞ୍ଚାରେ ପ୍ରସ୍ତାବିତ ପରିବର୍ତ୍ତନ ଉପରେ ଏନ୍‌ସିଇଆର୍‌ଟି ଛାତ୍ରୀଛାତ୍ର, ଅଭିଭାବକ, ଶିକ୍ଷାବିତ୍‌ ଓ ବୁଦ୍ଧିଜୀବୀମାନଙ୍କଠାରୁ ପ୍ରସ୍ତାବ ମାଗିଛି। ସୂଚନାଯୋଗ୍ୟ, ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ(ଇସ୍ରୋ)ର ପୂର୍ବତନ ଅଧ୍ୟକ୍ଷ କେ. କସ୍ତୁରିରଙ୍ଗନ ଜାତୀୟ ଷ୍ଟିଅରିଂ କମିଟିର ମୁଖ୍ୟ ଅଛନ୍ତି।

Comments are closed.