Latest Odisha News

BREAKING NEWS

ସର୍ବଦା ଧନବାନ ରହିବାକୁ ଚାହୁଁଥିଲେ ଧ୍ୟାନରେ ରଖନ୍ତୁ ଚାଣକ୍ୟଙ୍କ ଏହିସବୁ କଥା

ବିଶିଷ୍ଟ ନୀତିଜ୍ଞ ଚାଣକ୍ୟ ମଣିଷ ଜୀବନ ଉପରେ ଅନେକ ମହତ୍ତ୍ବପୂର୍ଣ୍ଣ ନୀତି ବିଷୟରେ ଉଲ୍ଲେଖ କରିଛନ୍ତି। ତେବେ ଏଥିରେ କୌଣସି ପ୍ରକାରର ସନ୍ଦେହ ରହିନାହିଁ କି ଚାଣକ୍ୟଙ୍କ ଏହି ନୀତି ଏବଂ ଉପଦେଶ ପାଳନ କରିବା ଦ୍ବାରା ସଫଳତା ସହ ସୁଖ ସମ୍ରୁଦ୍ଧି ପ୍ରାପ୍ତ ହୋଇଥାଏ।

ଚାଣକ୍ୟ ନିଜର ଶ୍ଳୋକ ଜରିଆରେ ଧନପ୍ରାପ୍ତିର କିଛି ସାଧନ ଏବଂ ତାହାର ମହତ୍ତ୍ବ ବିଷୟରେ କହିଛନ୍ତି। ଜାଣନ୍ତୁ

ଚାଣକ୍ୟଙ୍କ କହିବାନୁଯାୟୀ, ମନୁଷ୍ୟ ଧନହୀନ ହୋଇଥିଲେ ନିଜ ଲୋକମଧ୍ୟ ପର ହୋଇଯାଇଥାନ୍ତି। ଏପରିକି ନିଜର ପତ୍ନୀ, ମିତ୍ର, ପୁତ୍ର ଆଦି ମଧ୍ୟ ଶତ୍ରୁ ଭଳି ବ୍ୟବହାର କରିଥାନ୍ତି। ଏଣୁ ଚାଣକ୍ୟ କହିଛନ୍ତି ଧନ ହିଁ ଆପଣଙ୍କ ମିତ୍ର। ଏହାଥିଲେ ଜୀବନରେ ସମସ୍ତଙ୍କ ସାହାରା ମିଳିଥାଏ।

– ଧନ ମନୁଷ୍ୟଙ୍କ ପାଇଁ ଜରୁରୀ ରହିଥାଏ କିନ୍ତୁ ଏହା ଅର୍ଥ ନୁହଁକି ଏଥିପାଇଁ କିଛି ଭୁଲ ରାସ୍ତା ଅବଲମ୍ବନ କରିବେ।

-ଚାଣକ୍ୟ ନୀତି ଅନୁଯାୟୀ, ଅନୈତିକ ଭାବେ ରୋଜଗାର କରାଯାଇଥିବା ଧନର ପରିଣାମ ସବୁବେଳେ ଖରାପ ହିଁ ହୋଇଥାଏ। ଏଣୁ ସବୁବେଳେ ମଣିଷକୁ ସଠିକ୍ ଭାବେ ଧନ ଉପାର୍ଜନ କରିବା ଉଚିତ୍।

-ଅନୀତିରେ ରୋଜଗାର କରାଯାଇଥିବା ଧନର ଅବଧି ମାତ୍ର ୧୦ ବର୍ଷ ହିଁ ରହିଥାଏ। ଏବଂ ୧୧ବର୍ଷକୁ ସେହି ଧନ ମୂଳ ସହ ନଷ୍ଟ ହୋଇଯାଇଥାଏ।

-ଯେଉଁ ବ୍ୟକ୍ତି ଧନ ଥିବା ପରେ ମଧ୍ୟ ଦାନକର୍ମ କରିବାକୁ ପଛଘୂଞ୍ଚା କରିଥାଏ ତାଙ୍କ ନିକଟରେ ଧନର ଅଭାବ ଦେଖାଦେଇଥାଏ।

Leave A Reply

Your email address will not be published.