Latest Odisha News

BREAKING NEWS

ନଦୀ ଗର୍ଭକୁ ଖସି ପଡିଲା ଟ୍ରାକ୍ଟର ଡାଲା; ୧୩ ମୃତ

ଶାହାଜହାଁପୁର: ଉତ୍ତର ପ୍ରଦେଶରେ ଏ ମର୍ମନ୍ତୁଦ ଦୁର୍ଘଟଣାରେ ୧୩ ଜଣଙ୍କର ମୃତ୍ୟୁ ଘଟିଛି । ଘଟଣା ଶାହଜହାଁପୁର ଅଞ୍ଚଳରେ ଘଟିଛି । ବ୍ରିଜ ଉପରେ ଯାଉଥିବାବେଳେ ଏକ ଟ୍ରକ୍ଟରର ଟ୍ରଲି ରେଲିଂ ଭାଙ୍ଗି ନଦୀ ଭିତରକୁ ଖସି ପଡିଛି ।  ଏହି ଟ୍ରାକ୍ଟର ଟ୍ରଲିରେ ବସି ଲୋକମାନେ ଏକ ଧାର୍ମିକ କାର୍ଯ୍ୟରେ ଯୋଗ ଦେବା ପାଇଁ ଯାଉଥିଲେ ।

ଏହି ଦୁର୍ଘଟଣାରେ ମହିଳା ଓ ଶିଶୁଙ୍କୁ ମିଶାଇ ୧୩ ଜଣଙ୍କର ମୃତ୍ୟୁ ଘଟିଛି । ବହୁ ଲୋକ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଚିକିତ୍ସା ପାଇଁ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପୋଲିସ ଅଧୀକ୍ଷକ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଦୁର୍ଘଟଣାରେ ୧୨ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି । ହେଲେ ଏସପିଙ୍କ ସୂଚନାନୁସାରେ ୬ ଜଣଙ୍କର ମୃତ୍ୟୁ ଘଟିଥିବା କୁହାଯାଉଛି ।

ଶ୍ରଦ୍ଧାଳୁମାନେ ଏକ ଧାର୍ମିକ କାମ ପାଇଁ ଗର୍ରା ନଦୀରୁ ପାଣି ଭରିବାକୁ ଆସଥିଲେ । ଏହି ଡାଲାରେ ପ୍ରାୟ ୪୦ରୁ ଅଧିକ ମହିଳା ଓ ଶିଶୁ ବସିଥିଲେ । ହଠାତ ତିଲହରର ବିରସିଂହପୁର ବ୍ରିଜ ଉପରେ ଟ୍ରାକ୍ଟରଟି ନିୟନ୍ତ୍ରଣ ହରାଇଥିଲା  । ଫଳରେ ଟ୍ରଲି  ନଦୀଗର୍ଭକୁ ଖସି ପଡିଥିଲା । ଦୁର୍ଘଟଣାର ଶିକାର ହୋଇଥିବା ସମସ୍ତ ବ୍ୟକ୍ତି ସ୍ଥାନୀୟ ସନୋରା ଗାଁର । ଗାଁରେ ଯଜ୍ଞ ହେଉଥିଲା । ଏହି ଯଜ୍ଞ ପାଇଁ କଳସ ଧରି ଏହି ମହିଳା ଓ ଶିଶୁ ଶ୍ରଦ୍ଧାଳୁମାନେ ଆସିଥିଲେ । ଅଧିକାଂଶ ଲାେକ ଟ୍ରାକ୍ଟର ତଳେ ଚାପି  ହୋଇ ଯାଇଥିଲେ ।

ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଆଦିତ୍ୟ ଯୋଗୀ ଗଭୀର ଖୁଃଖ ପ୍ରକାଶ କରିଛନ୍ତି ।

ସୂଚନାଥାଉ କି, ଶନିବାର ଭୋର ୪.୩୦ ସମୟରେ ମହାରାଷ୍ଟ୍ର ରାଜୟଗଡ଼ ଜିଲ୍ଲା ପୁଣେ-ରାୟଗଡ଼ ବର୍ଡରରେ ଏକ ବସ୍‌ ଦୁର୍ଘ ଘଟଣାରେ  ୧୩ ଜଣଙ୍କର ମୃତ୍ୟୁ ଘଟିଥିଲ। ୨୫ରୁ ଅଧିକ ଲୋକ ଆହତ ହୋଇଥିବା ସୂଚନା ମିଳିଛି। ମହାରାଷ୍ଟ୍ର ରାଜୟଗଡ଼ ଜିଲ୍ଲାରେ ଏଭଳି ଭୟଙ୍କର ସଡ଼କ ଦୁର୍ଘଟଣା ଦେଖିବାକୁ ମିଳିଛି।

Comments are closed.