Latest Odisha News

BREAKING NEWS

ରାହୁଲଙ୍କ ଟାର୍ଗେଟରେ ସେଠ ଓ ସାହେବ

ଭୁବନେଶ୍ୱର: ଆଦାନୀ ପ୍ରସଙ୍ଗରେ ରାହୁଲ ପୁଣିଥରେ ବିଜେପିକୁ ଘେରିବା ଆରମ୍ଭ କରିଛନ୍ତି। ସୁରଟ ସେସନ୍ସ କୋର୍ଟ ରାହୁଲଙ୍କ ଆବେଦନକୁ ଖାରଜ କରିଥିଲେ ମଧ୍ୟ ରାହୁଲ ଚୁପ ବସିନାହାନ୍ତି। ଯେଉଁ ପ୍ରସଙ୍ଗକୁ ନେଇ ବିଜେପିକୁ ରାହୁଲ ସଂସଦରେ ଘେରୁଥିଲେ ସେହି ପ୍ରସଙ୍ଗକୁ ବାହାରେ ବାରମ୍ବାର ଉଠାଉଛନ୍ତି।

ଏପରିକି ଦଣ୍ଡାଦେଶ ପରେ ରାହୁଲଙ୍କ ସଦସ୍ୟ ପଦ ରଦ୍ଦ ହୋଇଛି। ତା ପରେ ସୁରଟ ସେସନ୍ସ କୋର୍ଟ ମଧ୍ୟ ରାହୁଲଙ୍କ ଆବେଦନ ଖାରଜ କରିଛନ୍ତି। ଆବେଦନ ଖାରଜ ହେବା ଦିନ ହିଁ ପୁଣିଥରେ ରାହୁଲ ଆଦାନୀ ପ୍ରସଙ୍ଗକୁ ନେଇ ବର୍ଷିଛନ୍ତି।

ଏୟାରପୋର୍ଟ ସେଠଙ୍କର, ପୋର୍ଟ ସେଠଙ୍କର, ବିଜୁଳି ସେଠଙ୍କର, କୋଇଲା ସେଠଙ୍କର, ରାସ୍ତା ସେଠଙ୍କର, ଜମି, ଆକାଶ ସେଠଙ୍କର ଓ ସେଠ କାହାର ବୋଲି ପ୍ରଶ୍ନ ଚିହ୍ନ ସହ ଟ୍ୱିଟରରେ ଲେଖିଛନ୍ତି ରାହୁଲ। ସେଠ ସାହେବଙ୍କର ବୋଲି କହିଛନ୍ତି ରାହୁଲ।

ଯାହାକୁ ନେଇ ପୁଣିଥରେ ଦେଶରେ ରାଜନୈତିକ ତାତି ଦେଖିବାକୁ ମିଳିଛି। ଟ୍ୱିଟ ସହ ରାହୁଲ ଆଦାନୀ ମୋଦୀଙ୍କ ଭିଡିଓ ତଥା ଭାରତର କେତେ ପ୍ରକାର ପ୍ରମୁଖ ଅନୁଷ୍ଠାନକୁ ଆଦାନୀଙ୍କୁ ଦିଆଯାଇଛି ସେ ସମ୍ପର୍କିତ ଚିତ୍ର ଦେଇଛନ୍ତି। ଏପରିକି ରାହୁଲଙ୍କ ଟ୍ୱିଟକୁ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ରିଟ୍ୱିଟ କରିବା ସହ ସେଠଙ୍କ ବେନାମୀ କମ୍ପାନୀରେ ୨୦ ହଜାର କୋଟି କାହାର ବୋଲି ଲେଖିଛନ୍ତି।

ଆଦାନୀ ପ୍ରସଙ୍ଗରେ ଲଗାତର ମୋଦିଙ୍କୁ ଟାର୍ଗେଟ କରିବାରୁ ରାହୁଲଙ୍କୁ ସଂସଦରେ କୁହାଇ ଦିଆଗଲା ନାହିଁ ବୋଲି ସେ ଅଭିଯୋଗ କରିଛନ୍ତି। ଏପରିକି ଏହି କାରଣ ପାଇଁ ଯୋଜନାବଦ୍ଧ ଭାବେ ରାହୁଲଙ୍କ ଲୋକସଭା ସଦସ୍ୟ ପଦ ରଦ୍ଦ କରାଗଲା ବୋଲି ରାହୁଲ ନିଜେ ଅଭିଯୋଗ କରୁଛନ୍ତି।

କିନ୍ତୁ ଯାହା କଲେ ମଧ୍ଯ ଉତ୍ତର ନ ମିଳିବା ପର୍ଯ୍ୟନ୍ତ ଏ କଥା ଉଠାଯିବ ବୋଲି ରାହୁଲ କହିଛନ୍ତି। ସଦସ୍ୟ ପଦ ରଦ୍ଦ ପରେ ମଧ୍ୟ ଆଦାନୀ ପ୍ରସଙ୍ଗ ଲଗାତର ଉଠାଉଛନ୍ତି ରାହୁଲ।

ଏପରିକି ସୁରଟ କୋର୍ଟଙ୍କ ଦଣ୍ଡାଦେଶ ପରେ ରାହୁଲ ସୁରଟ ସେସନ୍ସ କୋର୍ଟରେ ଆବେଦନ କରିଥିଲେ। କିନ୍ତୁ ସେସନ୍ସ କୋର୍ଟ ରାହୁଲଙ୍କ ଆବେଦନକୁ ଖାରଜ କରିଛନ୍ତି। ଏହା ପରେ ବି ରାହୁଲ ଆଦାନୀ ପ୍ରସଙ୍ଗ ନେଇ ବିଜେପିକୁ ଟାର୍ଗେଟ କରିଛନ୍ତି। ତେଣୁ ଏ ପ୍ରସଙ୍ଗକୁ ରାହୁଲ ଓ କଂଗ୍ରେସ ସବୁଠୁ ବଡ଼ ପ୍ରସଙ୍ଗ କରି ଲଗାତର ଉଠାଇବାକୁ ଯୋଜନା କରିଥିବା କୁହାଯାଉଛି।

Comments are closed.