Latest Odisha News

୨ ମାସ ପରେ ୟୁକ୍ରେନ୍ ଉପରେ ଋଷର ଏୟାର୍‌ ଷ୍ଟ୍ରାଇକ୍; ୪ ଶିଶୁଙ୍କ ସହ ୨୫ ମୃତ୍ୟୁ

ନୂଆଦିଲ୍ଲୀ: ରାତିରେ ୟୁକ୍ରେନରେ ସମସ୍ତେ ଶୋଇଥିଲା ବେଳେ ଏୟାର ଷ୍ଟ୍ରାଇକ୍‌ କଲା ଋଷିଆ। ଦୁଇ ମାସ ପରେ ବଡ଼ ଧରଣର ଏୟାର ଷ୍ଟ୍ରାଇକ୍‌ରେ ୨୫ ଜଣ ସାଧାରଣ ନାଗରିକଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏଥରେ ୫ ଜଣ ଶିଶୁ ବି ରହିଛନ୍ତି।

ଋଷ କବଳରୁ ନିଜର ଅଞ୍ଚଳ ଛଡ଼ାଇ ଆଣିବାକୁ ୟୁକ୍ରେନ୍ ପ୍ରସ୍ତୁତ ହେଉଥିବା ଘୋଷଣା କରିବା ପରେ ଋଷ ଏହି ଆକ୍ରମଣ କରିଛି। ଋଷର ମିଶାଇଲ୍ ମାଡ଼ରେ ଉମାନରେ ଥିବା ଏକ ଅଟ୍ଟାଳିକା ଧ୍ୱଂଶସ୍ତୁପରେ ପରିଣତ ହୋଇଛି। ଏହି ବିଲ୍‌ଡିଂରେ ରହୁଥିବା ୧୩ ଲୋକଙ୍କର ମୃତ୍ୟୁ ହୋଇଥିବା ୟୁକ୍ରେନ୍ ସେନା ସୂଚନା ଦେଇଛି।

ସେହିପରି ନିପ୍ରୋ ସହରରେ ଜଣେ ମହିଳା ଏବଂ ତାଙ୍କ ଝିଅର ମୃତ୍ୟୁ ହୋଇଥିବା ନେଇ କୁହାଯାଉଛି। ୟୁକ୍ରେନର କ୍ରେମନଚୁକ ଏବଂ ପୋଲ୍ଟାଭା ସହରରେ ମଧ୍ୟ ବିସ୍ଫୋରଣର ସୂଚନା ମିଳିଛି।

ଉମାନ​ରେ ହୋଇଥିବା ଆକ୍ରମଣ ନେଇ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମୀର ଜେଲେନସ୍କୀ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ଏଥିସହିତ ଋଷ ଉପରେ ଅନ୍ତର୍ଜାତୀୟ କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି।’

ୟୁକ୍ରେନ୍‌ର ରାଜଧାନୀ କିଭ୍‌ ଉପରେ ପ୍ରାୟ ୫୧ ଦିନ ପରେ ପୁଣିଥରେ ଆକ୍ରମଣ କରିଛି ଋଷ। ତେବେ କିଭ୍‌ରେ ମୃତାହତଙ୍କ ତଥ୍ୟ ମିଳିନାହିଁ। ଅଧିକାରୀ କହିଛନ୍ତି ରୁଷ ତରଫରୁ ୨୩ ମିସାଇଲ ମାଡ଼ ହୋଇଥିଲା ଯେଉଁଥିରୁ ୨୧କୁ ୟୁକ୍ରେନର ଏୟାର ଡିଫେନ୍ସ ସିଷ୍ଟମ ମାରି ଖସାଇଥିଲା। ଦୁଇ ଡ୍ରୋନ୍‌କୁ ମଧ୍ୟ ମାରି ଖସାଯାଇଛି।

ପଲଟା ଆକ୍ରମଣ କଲା ୟୁକ୍ରେନ୍

ଅନ୍ୟପଟେ ଋଷ ଉପରେ ପାଲଟା ଆକ୍ରମଣ କରିଛି ୟୁକ୍ରେନ୍। କ୍ରମିଆରେ ବ୍ଲାକ ସି ନିକଟସ୍ଥ ସିବସ୍ତୋନପଲରେ ଥିବା ଋଷ ନୌସେନା ଉପରେ ଜୋର୍‌ଦାର ଆକ୍ରମଣ କରିଛି। ଏଥିରେ ଋଷର ଏକ ତୈଳ ଡିପୋରେ ନିଆଁ ଲାଗିଯାଇଛି। ଡ୍ରୋନ୍‌ ଯୋଗେ ଏହି ଆକ୍ରମଣ କରାଯାଇଥିଲା ବୋଲି ଋଷ କହିଛି।

Comments are closed.