Latest Odisha News

BREAKING NEWS

ଲିଚୁକୋଳି ଖାଇଲେ ଏହି ସବୁ ରୋଗରୁ ମୁକ୍ତି ପାଇବା ସହ ଚମକିବ ତ୍ୱଚା

ଖରାଦିନେ ଲିଚୁ କୋଳିର ଚାହିଦା ସବୁଠୁ ଅଧିକ । ଲିଚୁକୋଳି ଖାଇବାକୁ ପ୍ରାୟ ସମସ୍ତେ ପସନ୍ଦ କରିଥାନ୍ତି । ଲିଚୁରେ ଆଣ୍ଟି-ଅକ୍ସିଡାଣ୍ଟ, ମିନେରାଲ ଓ ଭିଟାମିନ ରହିଥାଏ । ଯାହା ସ୍ୱାସ୍ଥ୍ୟପାଇଁ ଖୁବ୍‌ ଉପକାରୀ । ଲିଚୁରେ ମୁଖ୍ୟତଃ କାର୍ବୋହାଇଡ୍ରେଟ ଓ ଜଳ ରହିଥାଏ । ଏହାସହ ଏଥିରେ ବହୁ ପରିମାଣର କପର, ପୋଟାସିୟମ ଓ ଭିଟାମିନ-ସି ରହିଥାଏ । ତେବେ ଆସନ୍ତୁ ଜାଣିବା ଲିଚୁକୋଳିର ଉପକାରିତା ବିଷୟରେ ।

ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରେ ଲିଚୁ କୋଳି । ଲିଚୁରେ ପ୍ରଚୁର ପରିମାଣର ଭିଟାମିନ-ସି ରହିଛି । ଯାହା ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିବାରେ ବେଶ ସହାୟକ ହୋଇଥାଏ ।

ସବୁବେଳେ ଆପଣ ଚିନ୍ତା କରିଥାନ୍ତି ଆପଣଙ୍କ ଚର୍ମ କିପରି ସୁସ୍ଥ ରହିବ ଓ ଆପଣ କିପରି ସୁନ୍ଦର ଦେଖାଯିବେ । ଏଥିପାଇଁ ଆପଣଙ୍କୁ ସାହାଯ୍ୟ କରିବ ଲିଚୁ । ଲିଚୁରେ ପ୍ରଚୁର ପରିମାଣର ଭିଟାମିନ-ଇ ରହିଥାଏ । ଯାହା ଚର୍ମକୁ ସୁସ୍ଥ ରଖିବା ସହ ଚିକ୍କଣ କରିଥାଏ । ଏଥିସହ ଏଥିରେ କପର ରହିଥିବାରୁ ଏହା ଆମର ଚୁଟିକୁ ସୁସ୍ଥ ରଖିଥାଏ ।

ଲିଚୁ ଖାଇବା ଦ୍ୱାରା ହଜମରେ ସାହାଯ୍ୟ କରେ । ଲିଚୁରେ ରହିଛି ଫାଇବର ଯାହା ହଜମ ପ୍ରକ୍ରିୟାରେ ବେଶ ସହାୟକ ହୋଇଥାଏ । ଏହାସହ ଏହା କୋଷ୍ଠକାଠିନ୍ୟ ସମସ୍ୟାକୁ ଦୂର କରିଥାଏ ।

ଲିଚୁକୋଳିରେ ପ୍ରଚୁର ପରିମାଣରେ ଆଣ୍ଟି ଅକସିଡାଣ୍ଟ ରହିଥାଏ । ଏହା ଶରୀରରୁ ହାନୀକାରକ ପଦାର୍ଥକୁ ବାହାର କରିବାରେ ସାହାଯ୍ୟ କରିଥାଏ । ଏହାସହ ଆମ ହୃଦପିଣ୍ଡକୁ ସୁସ୍ଥ ରଖିଥାଏ । ସେହିପରି ଥକାପଣ ଦୂର କରିବା ସହ ମଧୁମେହକୁ କମ କରିଥାଏ।

ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ ଲିଚୁ କୋଳି । ଲିଚୁରେ ପ୍ରଚୁର ପରିମାଣରେ ପୋଟାସିୟମ ରହିଥାଏ । ଯାହା ରକ୍ତଚାପକୁ ସ୍ଥିର ରଖିଥାଏ ।

 

Leave A Reply

Your email address will not be published.