ମୁମ୍ବାଇ: ମଇ ୧୬ରୁ ଆରମ୍ଭ ହୋଇଥିବା କାନ୍ସ ଫିଲ୍ମ ଫେଷ୍ଟିଭାଲ ୨୦୨୩ର ରେଡ଼ କାର୍ପେଟ୍ରେ ଅନେକ ସେଲିବ୍ରିଟ୍ ସେମାନଙ୍କ ଜଲୱା ଦେଖାଇ ସାରିଲେଣି । ଏବେ ଅଭିନେତ୍ରୀ ଅନୁଷ୍କା ଶର୍ମା କାନ୍ସ ଫେଷ୍ଟିଭାଲର ରେଡ଼ କାର୍ପେଟ୍ରେ ନଜର ଆସିଛନ୍ତି । ଏହି ବିଶେଷ ଉତ୍ସବରେ ଅନୁଷ୍କା ଅଫ ସୋଲଡର ରିଚାର୍ଡ କ୍ୱିନ ଗାଉନ ପିନ୍ଧିଥିଲେ । ଯାହା ସିଲଭର ଏବଂ ହ୍ୱାଇଟ ରଙ୍ଗର ଥିଲା । ଅନୁଷ୍କାଙ୍କ ଅନେକ ଫଟୋ ଏବେ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି ।
ଏହି କାର୍ଯ୍ୟକ୍ରମ ପରେ ରାତିରେ ପାର୍ଟିରେ ଯୋଗ ଦେଇଥିଲେ ଅନୁଷ୍କା । ଏଠାରେ ତାଙ୍କ ଲୁକକୁ ଦେଖି ପ୍ରଶଂସକମାନେ ନାପସନ୍ଦ କରିଛନ୍ତିି । ଯେଉଁଥିରେ ସେ ଗୋଲାପି ରଙ୍ଗର ଟପ ପିନ୍ଧିଥିଲେ । ଆଉ ଟପର ପଛରେ ଏକ ଲମ୍ବା ଲାଞ୍ଜ ମଧ୍ୟ ଥିଲା । ଏହା ସହିତ ଅନୁଷ୍କା କଳା ବଟମ ଏବଂ ସମାନ ରଙ୍ଗର ହିଲ ପିନ୍ଧିଥିଲେ । ତାଙ୍କର ପିଙ୍କ ସର୍ଟନ ଟପ ଅଫ ସୋଲଡର ଥିଲା । ଏହା ସହିତ କମ୍ ମେକଅପରେ ନିଜର ଲୁକ କମ୍ପ୍ଲ୍ଲିଟ କରିଥିଲେ ।
Comments are closed.