ପୁଣେ: ଓଡିଶା ୧୮ ବର୍ଷରୁ କମ ବାଳିକା ଜାତୀୟ ରଗବୀ ୭ ଚାମ୍ପିୟନଶିପରେ ବାଜି ମାରିଛି । ଫାଇନାଲରେ ଓଡିଶା ୫୨-୦ରେ ମହାରାଷ୍ଟ୍ରକୁ ହରାଇ ଚାମ୍ପିୟନ ହୋଇଛି । ୨୭ଟି ରାଜ୍ୟ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ଗତ ସଂସ୍କରଣରେ ଓଡିଶା ରନର୍ସଅପ ହୋଇଥିଲା । ଗ୍ରୁପ ପର୍ଯ୍ୟାୟରେ ମଧ୍ୟ ଓଡିଶା ଟିମର ପ୍ରଦର୍ଶନ ପ୍ରଶଂସନୀୟ ରହିଥିଲା । ସେହିପରି କ୍ୱାର୍ଟର ଫାଇନାଲରେ ଉତରାଖଣ୍ଡକୁ ୫୬-୦ ଓ ସେcମି ଫାଇନାଲରେ ବିହାରକୁ ୨୨-୧୭ରେ ହରାଇ ଫାଇନାଲରେ ପ୍ରବେଶ କରିଥିଲେ । ଦଳର ପ୍ରଦର୍ଶନ ନେଇ କୋଚ ସଞ୍ଜୁକ୍ତା ମୁଣ୍ଡ ସନ୍ତୋଷ ବ୍ୟକ୍ତ କରିଛନ୍ତି ।
କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ, ଓଡିଶା ଓ ଓଡିଶା ରଗବୀ ଫୁଟବଲ ଆସୋସିଏଶନର ସହଯୋଗ ବିନା ଏହା ସମ୍ଭବପର ହୋଇ ନ ଥାନ୍ତା ବୋଲି ସେ କହିଛନ୍ତି । ସୂଚନାଯୋଗ୍ୟ, ଓଡିଶା ସରକାର ଜାତୀୟ ମହିଳା ଜୁନିୟର ଓ ସିନିୟର ଟିମକୁ ସ୍ପନଶର କରୁଛନ୍ତି । ଆନ୍ତର୍ଜାତୀୟ ରଗବୀ ଖେଳାଳିଙ୍କୁ ପ୍ରୋତ୍ସାହିତ କରିବା ପାଇଁ ୧୯ଜଣଙ୍କୁ ଇତି ମଧ୍ୟରେ ଚାକିରୀ ପ୍ରଦାନ କରିଛନ୍ତି । ଓଡିଶା ଟିମ ଏହା ପରେ ଉଭୟ ପୁରୁଷ ଓ ମହିଳାଜାତୀୟ ସିନିୟର ରଗବୀ ୭ରେ ଅଂଶଗ୍ରହଣ କରିବ ।
Comments are closed.