Latest Odisha News

BREAKING NEWS

ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ ନେଇ ତିଆରି ହେବ ବଲିଉଡ ଚଳଚ୍ଚିତ୍ର

ନୂଆଦିଲ୍ଲୀ : ଭାରତୀୟ ବାୟୁସେନାର ଚର୍ଚ୍ଚିତ ୱିଙ୍ଗ୍ କମାଣ୍ଡର ଅଭିନନ୍ଦନଙ୍କ ଉପରେ ନିର୍ମାଣ ହେବାକୁ ଯାଉଛି ବଲିଉଡ଼ ଚଳଚ୍ଚିତ୍ର। ଏହି ଚଳଚ୍ଚିତ୍ର ନିର୍ମାଣ କରିବାକୁ ଅନୁମତି ମିଳିଛି ବିବେକ ଓବରୟଙ୍କୁ ।

୨୦୨୦ରୁ ସିନେମାର ଶୁଟିଂ ଆରମ୍ଭ ହେବାକୁ ଥିବା ଏହି ଚଳଚ୍ଚିତ୍ରଟି ଜମ୍ମୁ-କାଶ୍ମୀର, ଦିଲ୍ଲୀ ଏବଂ ଆଗ୍ରାରେ ସୁଟିଂ ହେବ ବୋଲି ଶୁଣିବାକୁ ମିଳୁଛି । ହିନ୍ଦୀ, ତେଲଗୁ ଏବଂ ତାମିଲ ଭଳି ତିନୋଟି ଭାଷାରେ ଚଳଚ୍ଚିତ୍ରଟି ନିର୍ମାଣ କରାଯିବ।

ବୀର ଅଭିନନ୍ଦନ ଫେବୃୟାରୀ ୨୭ରେ ନିୟନ୍ତ୍ରଣ ରେଖା ନିକଟରେ ପାକିସ୍ତାନର ଏଫ-୧୬ ଯୁଦ୍ଧ ବିମାନ ଖସାଇ ଦେଇଥିଲେ। ଏହା ପୂର୍ବ ରାତିରେ ବାୟୁସେନା ପକ୍ଷରୁ ପାକ୍ ଅଧିକୃତ କାଶ୍ମୀର(ପିଓକେ)ର ବାଲାକୋଟରେ ବିମାନ ଆକ୍ରମଣ କରାଯାଇଥିଲା। ଏହା ପରେ ପାକିସ୍ତାନ ପକ୍ଷରୁ ଯୁଦ୍ଧ ବିମାନ ଜରିଆରେ ଭାରତୀୟ ସେନା ଶିବିରକୁ ଟାର୍ଗେଟ କରି ଆକ୍ରମଣ କରିଥିଲା। ବାୟୁସେନା ଏହାର କଡ଼ା ଜବାବ ଦେଇଥିଲା ।

Leave A Reply

Your email address will not be published.