Latest Odisha News

BREAKING NEWS

କ୍ରମଶଃ ବୃଦ୍ଧି ପାଉଛି ସୁନାଦର, ଗୋଟିଏ ସପ୍ତାହରେ ଛୁଇଁଲା ୪୦ ହଜାର

ନୂଆଦିଲ୍ଲୀ: ସୁନାଦର କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି । କିଛିଦିନ ମଧ୍ୟରେ ଏହି ଦର ପ୍ରାୟ ୨୫ ପ୍ରତିଶତ ବୃଦ୍ଧି ପାଇ ମଙ୍ଗଳବାର ଦିନ ଏହା ୧୦ ଗ୍ରାମ ପ୍ରତି ୩୯,୭୭୦ ଟଙ୍କାରେ ପହଂଚିଛି । ସେହିପରି ରୁପା ଦର ମଧ୍ୟ ବୃଦ୍ଧି ପାଇ କିଲୋଗ୍ରାମ ପ୍ରତି ୪୫,୧୪୮ ଟଙ୍କାରେ ପହଂଚିଛି ।

ଆମେରିକା ଓ ଚୀନ ମଧ୍ୟରେ ଲାଗି ରହିଥିବା ବାଣିଜ୍ୟ ଯୁଦ୍ଧର ପ୍ରଭାବ ଯୋଗୁଁ ସୁନା ଓ ରୁପାର ଦର ବୃଦ୍ଧି ପାଉଥିବା ବିଶେଷଜ୍ଞମାନେ କହୁଛନ୍ତି । ଛୋଟ ଛୋଟ ପୁଞ୍ଜିନିବେଶକମାନେ ଶେୟାର ବଜାରରୁ ଟଙ୍କା ଉଠାଇ ଆଣି ସୁନା ଓ ରୁପାରେ ନିବେଶ କରୁଛନ୍ତି ।

ଏଥି ଯୋଗୁଁ ଭାରତୀୟ ମୁଦ୍ରା ଟଙ୍କାର ମଧ୍ୟ ମୂଲ୍ୟହ୍ରାସ ଘଟିଛି । ସୋମବାର ୧ ମାର୍କିନ ଡଲାରର ମୁଲ୍ୟ ୭୧.୮୦ ଟଙ୍କା ରହିଛି । ସେହିପରି ଚୀନ ମୁଦ୍ରା ୟୁଆନର ମୂଲ୍ୟ ମଧ୍ୟ ହ୍ରାସ ହୋଇଛି । ମଙ୍ଗଳବାର ସୁଦ୍ଧା ଅନ୍ତର୍ଜାତୀୟ ବଜାରରେ ୧ ଡଲାରର ମୂଲ୍ୟ ୭.୧୪୮୭ ୟୁଆନ ରହିଛି ।

Leave A Reply

Your email address will not be published.