Latest Odisha News

BREAKING NEWS

ଏନ୍‌ଆଇସିୟୁରେ ଦୀପିକାଙ୍କ ନବଜାତ ପୁଅ

ମୁମ୍ବାଇ: ଛୋଟପରଦାର ଲୋକପ୍ରିୟ ଅଭିନେତ୍ରୀ ଦୀପିକା କକ୍କର ନିକଟରେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ । ଏହାକୁ ନେଇ ଦୀପିକା ଓ ତାଙ୍କ ସ୍ୱାମୀ ସୋଏବ ଖୁସି ହେବା ସହ ଉଭୟଙ୍କ ପରିବାରରେ ଆନନ୍ଦ ଦେଖାଦେଇଥିଲା । କିନ୍ତୁ ଏବେ ତାଙ୍କ ପୁଅଙ୍କ ଅବସ୍ଥା ଗୁରୁତର ରହିଛି । ଫଳରେ ସେ ଏନ୍‌ଆଇସିୟୁରେ ଚିକିତ୍ସାଧୀନ ଅଛନ୍ତି । ଏ ନେଇ ଦୁଃଖରେ ଅଛନ୍ତି ଅଭିନେତ୍ରୀ ଦିପିକା ଓ ତାଙ୍କ ପୁରା ପରିବାର ।

ଉଭୟ ମାଆ ଓ ପିଲାଙ୍କ ବିଷୟରେ ସୋଏବ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି । ସେ କହିଛନ୍ତି ଯେ, ଦୀପିକାଙ୍କ ସ୍ୱାସ୍ଥ୍ୟ ଆଗ ଅପେକ୍ଷା ଟିକେ ଭଲ ଅଛିି । ମୋ ପୁଅର ସ୍ୱାସ୍ଥ୍ୟବସ୍ଥା ଭଲ ନାହିଁ । ତାକୁ ଏନ୍‌ଆଇସିୟୁରେ ରଖାଯାଇଛି । ଏ ନେଇ ଦୀପିକା ଆଉ ମୁଁ ଚିନ୍ତିତ ଅଛୁ । ହସପିଟାଲ ତରଫରୁ ଦିନକୁ ୨ ଥର ପୁଅକୁ ଦେଖିବାକୁ ଅନୁମତି ମିଳୁଛି । ଆମ ବ୍ୟତୀତ ବର୍ତ୍ତମାନ ପର୍ଯ୍ୟନ୍ତ ମୋ ପୁଅକୁ କେହି ଦେଖିନାହାନ୍ତି । ମୋର ଘର ଲୋକ ଓ ଦୀପିକାଙ୍କ ପରିବାର ଲୋକେ ପୁଅକୁ ଦେଖିବାକୁ ବ୍ୟାକୁଳ ଅଛନ୍ତି । ପୁଅର ସ୍ୱାସ୍ଥ୍ୟବସ୍ଥା ଧୀରେ ଧୀରେ ଭଲ ହେଉଛି । ଏହି ନୂଆ ଅତିଥି କେବେ ଆମ ଘରକୁ ଯିବ ସମୟକୁ ଅପେକ୍ଷା କରିଛୁ । ଭଗବାନଙ୍କୁ ଡ଼ାକୁଛୁ ସେ ଶୀଘ୍ର ଭଲ ହୋଇ ଘରକୁ ଫେରି ଆସୁ । ଦୀପିକାଙ୍କ ପ୍ରିମେଚୋର ଡେଲିଭରୀ ହୋଇଛି । ସେଥିପାଇଁ ସାମାନ୍ୟ ଜଟିଳତା ରହିଛି ।

Comments are closed.