Latest Odisha News

ଭାରତରେ ଅଛି ଛୋଟ ଆମେରିକା ! ବିଦେଶରୁ ବୁଲିବାକୁ ଆସନ୍ତି ଲୋକେ

ଓଡ଼ିଶା ସମ୍ୱାଦ ବ୍ୟୁରୋ: ପ୍ରତିବର୍ଷ ଆମେରିକାରେ ଥିବା ଉଟାର ବ୍ରାଇସ କ୍ୟାନନ ସିଟିକୁ ଦେଖିବା ପାଇଁ ଲକ୍ଷ ଲକ୍ଷ ପର୍ଯ୍ୟଟକଙ୍କ ଭିଡ଼ ଲାଗିଥାଏ। ଏଠାରେ ଥିବା ଲାଲ ରଙ୍ଗର ପଥର କୌଣସି ରହସ୍ୟଠାରୁ କମ୍ ନୁହେଁ। କିନ୍ତୁ ଆମେରିକା ଭଳି ଭାରତର ମଧ୍ୟପ୍ରଦେଶରେ ଏପରି କିଛି ସମାନ ପଥର ଏବଂ ଗୁମ୍ଫା ରହିଛି, ଯାହା ଭୀମବୈଟକା ନାମରେ ଜଣାଶୁଣା। ଯେଉଁଠାକୁ ଅନେକ ଲୋକେ ବୁଲିବାକୁ ଆସନ୍ତି।

ବିଶ୍ୱାସ କରାଯାଏ ଯେ ପାଞ୍ଚ ପାଣ୍ଡବଙ୍କ ମଧ୍ୟରୁ ଭୀମ ଏହି ସ୍ଥାନକୁ ଆସି ବସିଥିଲେ। ଏହି କାରଣରୁ ଏହାକୁ ଭୀମ ବୈଠକା ନାମରେ ମଧ୍ୟ ଲୋକେ ଜାଣନ୍ତି। ଏହା ମଧ୍ୟପ୍ରଦେଶର ସବୁଠାରୁ ଲୋକପ୍ରିୟ ଭ୍ରମଣ ସ୍ଥାନ ଅଟେ। ଭୋଜପୁର ଭୀମବୈଟକାଠାରୁ ୨୫ କିଲୋମିଟର ଦୂରରେ ଅବସ୍ଥିତ, ଯେଉଁଠାରେ ଭାରତର ସବୁଠୁ ବଡ ଶିବଲିଙ୍ଗ ଅବସ୍ଥିତ। ଭାରତ ସହିତ ବିଦେଶର ପର୍ଯ୍ୟଟକ ମଧ୍ୟ ଏହି ସ୍ଥାନ ପରିଦର୍ଶନ କରିବାକୁ ଆସନ୍ତି।

ଏଠାରେ ୭୬୦ ଟି ପଥର ଅଛି, ସେଥିମଧ୍ୟରୁ ୫୦୦ ଟି ପଥର ଉପରେ ଅନେକ ଚିତ୍ର ତିଆରି କରାଯାଇଛି। ପଥର ଉପରେ ନିର୍ମିତ ଏହି ଚିତ୍ରଗୁଡିକ ସୂର୍ଯ୍ୟ କିରଣର ସଂସ୍ପର୍ଷରେ ଆସିଲେ ଦୃଶ୍ୟମାନ ହୁଏ। ମଧ୍ୟପ୍ରଦେଶର ଭୀମବୈଟକା ପ୍ରକୃତରେ ଆମେରିକାର ଉଟାଠାରୁ କମ୍ ନୁହେଁ। ଏଠାରେ ଥିବା ପଥରଗୁଡିକ ଦେଖିବାକୁ ଠିକ୍ ଗ୍ରାଣ୍ଡ୍ କ୍ୟାନନ ପରି। ଭାରତୀୟମାନେ ଏହି ସ୍ଥାନ ପରିଦର୍ଶନ କରିବାକୁ ଯାଉଥିବା ବେଳେ ବିଦେଶୀମାନେ ମଧ୍ୟ ଏଠାକୁ ପରିଦର୍ଶନ କରିବାକୁ ଆସନ୍ତି।

Comments are closed.