Latest Odisha News

BREAKING NEWS

ପୁରା ପରିବାର ସହ ଇଟାଲିରେ ଛୁଟି କାଟୁଛନ୍ତି କରିନା

ମୁମ୍ବାଇ: ପୁରା ପରିବାର ସହ ଇଟାଲୀରେ ଛୁଟି କାଟୁଛନ୍ତି ବଲିଉଡ୍‌ର ଅଭିନେତ୍ରୀ କରୀନା କପୁର । ନିଜ ସୁଟିଂରୁ ସମୟ ବାହାର କରି କରିନା ସ୍ୱାମୀ ସୈଫ ଅଲି ଖାନ ଓ ଦୁଇ ପିଲାଙ୍କୁ ନେଇ ଇଟାଲୀରେ ଅଛନ୍ତି । ସେଠାରେ ପୁରା ପରିବାର ଫୁଲ ଏନ୍‌ଞ୍ଜୟ କରୁଛନ୍ତି । ଏହାର ଫଟୋସବୁ କରିନା ନିଜେ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି ।

ସେୟାର ହୋଇଥିବା ଫଟୋରେ ତାଙ୍କର କିଛି ନିକଟତମ ବନ୍ଧୁମାନେ ମଧ୍ୟ ସେମାନଙ୍କ ସହ ଛୁଟି କାଟୁଥିବା ନଜର ଆସିଛନ୍ତି । ସମସ୍ତେ ମିଶି ଏକ ହୋଟେଲରେ ଲଞ୍ଚ କରୁଥିବା ଦେଖିବାକୁ ମିଳିଛି ।

କରୀନା ତାଙ୍କର ଆଗାମୀ ଫିଲ୍ମ ‘ଦ କ୍ରୁ’ର ପ୍ରଥମ ଶୁଟିଂ ଶେଷ କରିବା ପରେ ସେ ଇଟାଲୀ ଯାଇଛନ୍ତି । ଏହି ଫିଲ୍ମରେ ତବୁ, କ୍ରିତି ସାନନ ଏବଂ ଦିଲଜିତ୍ ଦୋସାଞ୍ଜ ତାଙ୍କ ସହ ଅଛନ୍ତି ।

Comments are closed.