Latest Odisha News

BREAKING NEWS

ଅଭୁଲା ଗୀତ : ଭୁଲନା ଭୁଲନା ସଖୀ ଆରେ

ସଙ୍ଗୀତ : ଭୁବନ କିଶନ
ଗାୟନ : କମଳା ଦେବୀ
ଗୀତ : ମନୋଜ ଦାସ
ଚଳଚ୍ଚିତ୍ର : ଭାଇଭାଇ, ୧୯୫୬

 

ଭୁଲନା ଭୁଲନା ସଖୀ ଆରେ
ରାଖୀ ଦେଲି ତୋ ବାହୁ ’ପରେ
ତୋ ବାହୁ ପରେ

ଝଞ୍ଜା କେତେ ମତ୍ତ ବାଆ
ଆସୁ ଯେତେ ବହିରେ
ଘୂର୍ଣ୍ଣି ଜଳେ ନୌକା ତୋର
ଚାଲୁ ସବୁ ସହିରେ
ଜୀବନ ପଥେ ପଥେ ଦାଉ ସାଧେ
ତୋ ସାଥେ ଏ ମହୀରେ
ବାଉଳା ବାଆର ସୁରେ ସୁରେ
ବହି ନେବୁ ନାଆ ଦୂର ପୁରେ
ନାଆ ଦୂର ପୁରେ
ଭୁଲନା ଭୁଲନା ସଖୀ ଆରେ
ରାଖୀ ଦେଲି ତୋ ବାହୁ ପରେ
ତୋ ବାହୁ ପରେ

ମରମର ଗହନର
ତୋଳା ନୀଳ କଇଁରେ
ଶତ ସରାଗ ନୀଳ ନୀରେ
ଯତନରେ ଧୋଇରେ
କଅଁଳା ବାହୁଲତା ପରେ ତୋର
ଦେଲି ଧୀରେ ଥୋଇରେ
ଭୁଲନା ଭୁଲନା ସଖୀ ଆରେ
ନିରଜନ ଏହି କ୍ଷୀଣ ସୁରେ
ଏହି କ୍ଷୀଣ ସୁରେ
ଭୁଲନା ଭୁଲନା ସଖୀ ଆରେ
ରାଖୀ ଦେଲି ତୋ ବାହୁ ପରେ
ତୋ ବାହୁ ପରେ
ଭୁଲନା ଭୁଲନା ସଖୀ ଆରେ
ରାଖୀ ଦେଲି ତୋ ବାହୁ ପରେ

ସୂର୍ଯ୍ୟ ଦେଓଙ୍କ ଓଡ଼ିଆ ସିନେମା ଗୀତ ୧୯୩୬-୬୯ ବହିରୁ

ନିଜ ମନ ପସନ୍ଦର ଗୀତ ପାଇଁ ନିମ୍ନ ଆଇଡିରେ ମେଲ କରନ୍ତୁ।
( editorodishasambad@gmail.com )

Comments are closed.