Latest Odisha News

BREAKING NEWS

ଗଙ୍ଗାରେ ବୁଡ ପକାଇଲେ ତନୁଶ୍ରୀ, ସମାଲୋଚନାର ଶୀକାର ହେଲେ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ତନୁଶ୍ରୀ ଦତ୍ତ ଏବେ ପୁଣି ଚର୍ଚ୍ଚାରେ । ନିକଟରେ ସେ ବାରାଣସିର ପବିିତ୍ର ଗଙ୍ଗାରେ ବୁଡ ପକାଇଥିଲେ । ଏହି ସମୟର ଏକ ଭିଡିଓ ଓ ଫଟୋ ସେ ସୋସିଆଲ ମିଡ଼ିଆରେ ସେୟାର କରିଥିଲେ । ଏହି ଭିଡ଼ିଓ ଦେଖିବା ପରେ ଲୋକମାନେ ତାଙ୍କୁ ସମାଲୋଚନା କରିବା ଆରମ୍ଭ କରିଦେଇଛନ୍ତି । ଗଙ୍ଗାର ମଇଳାପାଣିରେ ବୁଡ଼ ପକାଉଛ ଚର୍ମର ଯତ୍ନ ନେବାକୁ ଲୋକେ କହିଛନ୍ତି । ଯାହାକୁ ନେଇ ତନୁଶ୍ରୀ କଡା ପ୍ରତିକ୍ରିୟା ଦେଇଛନ୍ତି ।

ତନୁଶ୍ରୀ ଦତ୍ତ ନିକଟରେ ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଗଙ୍ଗାରେ ବୁଡ଼ ପକାଇବାର ଏକ ଭିଡିଓ ସେୟାର କରଥିଲେ । ସେ ମଣିକର୍ଣ୍ଣିକା ଘାଟ ନିକଟରେ ବୁଡ଼ ପକାଉଥିବାର ନଜର ଆସିଥିଲେ । ଏହି ଭିଡ଼ିଓ ଦେଖିବା ପରେ ଅନେକ ଭିନ୍ନ ଭିନ୍ନ ମତ ଦେବା ଆରମ୍ଭ କରିଥିଲେ । ଜଣେ ୟୁଜର ଲେଖିଛନ୍ତି, ‘ଚର୍ମ ସମସ୍ୟା ପାଇଁ ପ୍ରସ୍ତୁତ ରୁହ’ । ଆଉ ଜଣେ ୟୁଜର କହିଛନ୍ତି, ‘ଭାରତରେ ଅନ୍ଧବିଶ୍ୱାସ ଶୀର୍ଷରେ ଅଛି’ । ଏହିପରି ଅନେକ ପୋଷ୍ଟର କମେଣ୍ଟର ଉତ୍ତରରେ ତନୁଶ୍ରୀ ଲେଖିଛନ୍ତି, ହେ ଭଗବାନ , ମୁଁ ଏସବୁ ଜାଣି ନ ଥିଲି ବୁଡ ତ ପକାଇ ସାରିଛି ।ଏବେ ଯାହା ହେବ ତାହା ଦେଖାଯିବ । ମୁଁ ଭାବୁଛି ମୁଁ ଭଲରେ ରହିବି । ମୋ ସହିତ କିଛି ହେବ ନାହିଁ ।

ନାନା ପାଟେକରଙ୍କ ସହ ଫିଲ୍ମର ସୁଟିଂ ସମୟରେ ହୋଇଥିବା ଉତ୍ପିଡନ ବିରୋଧରେ ସ୍ୱର ଉଠାଇବା ପରେ ବଲିଉଡରେ ମି ଠୁ ଅଭିଯାନ ଆରମ୍ଭ କରିଥିଲେ ତନୁଶ୍ରୀ ଦତ୍ତ ।

Comments are closed.