Latest Odisha News

BREAKING NEWS

ଶିଖରଙ୍କ ପାଇଁ ବନ୍ଦ ହୋଇଗଲା କି ଟିମ ଇଣ୍ଡିଆର ଦ୍ୱାର

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟରେ ଗବର ଭାବେ ପରିଚିତ ଶିଖର ଧାୱନଙ୍କୁ ଏଥର ଏସିଆ କପ ଟିମରେ ଚୟନ କରାଯାଇ ନାହିଁ । ସମୀକ୍ଷକଙ୍କ ମତରେ ଧାୱନଙ୍କ ପାଇଁ ଟିମ ଇଣ୍ଡିଆର ଦ୍ୱାର ଏକପ୍ରକାର ବନ୍ଦ ହୋଇଯାଇଛି । ନିକଟରେ ବାଂଲାଦେଶ ବିପକ୍ଷ ସିରିଜରେ ସେ ଭଲ ପ୍ରଦର୍ଶନ କରି ନ ପାରିବା ତାଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ଅବଶ୍ୟ ଏହା ପୂର୍ବରୁ ଗବରଙ୍କ ବିକଳ୍ପ ଖେଳାଳି ଖୋଜିବା ଆରମ୍ଭ କରାଯାଇ ସାରିଥିଲା । ରୋହିତ ଶର୍ମା ଓ ଶିଖରଙ୍କ ଓପନିଂ ବ୍ୟାଟିଂ ଦଳକୁ ଫାଇଦାରେ ରଖିଥିଲା । ତେବେ ରୋହିତ ଆଗେଇ ଯାଇଥିବା ବେଳେ ପଛରେ ପଡି ଯାଇଥିଲେ ଗବର । ସୌରଭ ଗାଙ୍ଗୁଲି ଓ ସଚିନ ତେନ୍ଦୁଲକରଙ୍କ ରୋହିତ-ଶିଖର ଯୋଡି ଭାରତ ପକ୍ଷରୁ ଓପନିଂରେ ଦ୍ୱିତୀୟ ଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ । ସେମାନେ ୧୧୭ ଇନିଂସରେ ୫୧୯୩ରନ କରିଥିଲେ ।

ବଡ ବଡ ଟୁର୍ଣ୍ଣାମେଂଟରେ ଶିଖରଙ୍କ ପ୍ରଦର୍ଶନ ସର୍ବଦା ଭଲ ରହିଥିଲା । ସେ ଦିନିକିଆ ବିଶ୍ୱକପରେ ୧୦ ମ୍ୟାଚ ଖେଳି ୫୩.୭୦ ଆଭରେଜରେ ୫୩୭ ରନ କରିଥିଲେ । ଏସିଆ କପରେ ମଧ୍ୟ ୯ ମ୍ୟାଚରୁ ୫୩୪ ଓ ଚାମ୍ପିୟନ୍ସ ଟ୍ରଫିରେ ୧୦ ମ୍ୟାଚରେ ୭୦୧ ରନ କରିଥିଲେ । ତେବେ ବିସିସିଆଇ ତାଙ୍କ ମୁହଁ ଫେରାଇ ନେବାରେ ମୂଖ୍ୟ କାରଣ ହେଲା ଖରାପ ଫର୍ମ ଏବଂ ଯୁବ ଖେଳାଳିଙ୍କ ଚମତ୍କାର ପ୍ରଦର୍ଶନ । ଏହା ବ୍ୟତୀତ ଶିଖର ୩୮ ବର୍ଷ ବୟସରେ ପଦାର୍ପଣ କରି ସାରିଛନ୍ତି । ଏହି ବାମହାତୀ ବ୍ୟାଟ୍ସମ୍ୟାନଙ୍କ ପ୍ରଦର୍ଶନ ସର୍ବଦା ପ୍ରଶଂସକଙ୍କ ମନରେ ରହିବ ।

Comments are closed.