Latest Odisha News

ବଡ଼ ଅଫର: ମାତ୍ର ୧୧ ଶହ ଟଙ୍କାରେ କିଣନ୍ତୁ ହୋଣ୍ଡା ଆକ୍ଟିଭା ପାଆନ୍ତୁ ୭ ହଜାର ଟଙ୍କା ପର୍ଯ୍ୟନ୍ତ କ୍ୟାସବ୍ୟାକ୍

ନୂଆଦିଲ୍ଲୀ: ମାନ୍ଦାବସ୍ଥା ଭିତରେ ଦେଶ ଗତି କରୁଥିବାବେଳେ ମଧ୍ୟ ଗାଡିଗୁଡିକୁ ଅଧିକରୁ ଅଧିକ ବିକ୍ରି କରିବା ଲକ୍ଷ୍ୟରେ ଗାଡି କମ୍ପାନୀ ଗୁଡିକ ଗ୍ରାହକ ମାନଙ୍କ ପାଇଁ ଲୋଭନୀୟ ଅଫର ମାନ ଆଣୁଛନ୍ତି । ଏହା ମଧ୍ୟରେ ଏହିପରି ଏକ ଅଫର ଆଣିଦେଇଛି ହୋଣ୍ଡା କମ୍ପାନୀ ।

କମ୍ପାନୀ ପକ୍ଷରୁ ଏବେ ଏକ ଏଭଳି ଆକର୍ଷଣୀୟ ଯୋଜନା ଆରମ୍ଭ କରାଯାଇଛି , ଯେଉଁଥିରେ ଗ୍ରାହକ ହୋଣ୍ଡା ଆକ୍ଟିଭା ୧୨୫ କୁ ମାତ୍ର ୧୧ ଶହ ଟଙ୍କାରେ କିଣି ପାରିବେ।

କଂପାନୀର ଅଫର ଅନୁସାରେ, ମାତ୍ର ୧୧୦୦ ଟଙ୍କା ଡାଉନ ପେମେଂଟରେ ମିଳିଛୁ ନୂଆ ହୋଣ୍ଡା ଆକ୍ଟିଭା ୧୨୫ । ଏହାସହ ଆପଣଙ୍କୁ ନୋ କଷ୍ଟ ଇଏମଆଇର ବି ସୁବିଧା କମ୍ପାନୀ ପକ୍ଷରୁ ଦିଆଯିବ ।

ଅଫର ଏତିକିରେ ସରି ନାହିଁ , ଆକ୍ଟିଭା କିଣିବା ଉପରେ ଫାଇନାନ୍ସ ପାଇଁ ଲାଗୁଥିବା ପ୍ରୋସେସିଂ ଫିସ ବି ଲାଗିବ ନାହିଁ ଅର୍ଥାତ୍ ପ୍ରୋସେସିଂ ଫିସ ଉପରେ ହିଁ ଆପଣ ଏହାକୁ କିଣିପାରିବେ । ଏହି ସ୍କୁଟି ଉପରେ କଂପାନୀ ଲୋ ଡାଉନ ପେମେଣ୍ଟ, କ୍ୟାସବ୍ୟାକ୍ ଠାରୁ ଆରମ୍ଭ କରି ୨୧୦୦ ଟଙ୍କା ପର୍ଯ୍ୟନ୍ତ ବେନିଫିଟ୍ ମଧ୍ୟ ଦେଉଛି।

ଯଦି ଆପଣ ଏହି ହୋଣ୍ଡା ଆକ୍ଟିଭା ୧୨୫କୁ ପେଟିଏମରୁ ପେମେଂଟ କରି କିଣନ୍ତି ତେବେ ଏହା ଉପରେ ଆପଣଙ୍କୁ ୭ ହଜାର ଟଙ୍କା ପର୍ଯ୍ୟନ୍ତ କ୍ୟାସବ୍ୟାକ୍ ମଧ୍ୟ ମିଳିବ ।

Comments are closed.