ଗାୟନ : ମହମ୍ମଦ ରଫି
ସଙ୍ଗୀତ : ଶାନ୍ତନୁ ମହାପାତ୍ର
ଗୀତ : ଗୁରୁକୃଷ୍ଣ ଗୋସ୍ୱାମୀ
ଚଳଚ୍ଚିତ୍ର : ଅରୁନ୍ଧତୀ, ୧୯୬୯
ତୁମକୁ ପାରୁନି ତ ଭୁଲି
ମୁହଁରେ ହସ ଏ ଛାତିରେ ଦରଜ
ରଖି ମୁଁ ଯାଉଛି ଯେ ଚାଲି
ତୁମକୁ ପାରୁନି ତ ଭୁଲି
ବରଷା ନହେଲେ ଶୁଖେ ସିନା ପାଣି
ଉଭେଇ ଯାଏନା ନଈ
ବରଷା ନ ହେଲେ ଶୁଖେ ସିନା ପାଣି
ଉଭେଇ ଯାଏନା ନଈ
ସୁଖ ନମିଳିଲେ ଦୁଃଖରେ ମଣିଷ
ରହୁଚି ତ ପୁଣି ଜିଇଁ
କୁହ କି ଲାଭ ହାୟ ହାୟ କରି?
ତୁମକୁ ପାରୁନି ତ ଭୁଲି
ବରଷା ନହେଲେ ଶୁଖେ ସିନା ପାଣି
ଉଭେଇ ଯାଏନା ନଈ
ବରଷା ନ ହେଲେ ଶୁଖେ ସିନା ପାଣି
ଉଭେଇ ଯାଏନା ନଈ
ସୁଖ ନମିଳିଲେ ଦୁଃଖରେ ମଣିଷ
ରହୁଚି ତ ପୁଣି ଜିଇଁ
କୁହ କି ଲାଭ ହାୟ ହାୟ କରି
ତୁମକୁ ପାରୁନି ତ ଭୁଲି
ମହକ ନଥିବା ଫୁଲ ଯଦି ଫୁଟେ
ଏ ଦୁନିଆ ବଗିଚାରେ
ମହକ ନଥିବା ଫୁଲ ଯଦି ଫୁଟେ
ଏ ଦୁନିଆ ବଗିଚାରେ
ସାଥି ନମିଳିଲେ ଦୁଃଖ କାହିଁକି
ଏକା ହୋଇ ଚାଲିବାରେ
କୁହ କି ଲାଭ ହାୟ ହାୟ କରି
ତୁମକୁ ପାରୁନି ତ ଭୁଲି
ତୁମକୁ ପାରୁନି ତ ଭୁଲି
ସୂର୍ଯ୍ୟ ଦେଓଙ୍କ ଓଡ଼ିଆ ସିନେମା ଗୀତ ୧୯୩୬-୬୯ ବହିରୁ
ନିଜ ମନ ପସନ୍ଦର ଗୀତ ପାଇଁ ନିମ୍ନ ଆଇଡିରେ ମେଲ କରନ୍ତୁ।
( editorodishasambad@gmail.com )
Comments are closed.