Latest Odisha News

ଓଜନ କମାଇବାକୁ ଚିନ୍ତିତ କି? ତେବେ ଡାଏଟରେ ସାମିଲ କରନ୍ତୁ ଚିଆ ସିଡ୍

ଭୁବନେଶ୍ଵର: ପତଳା ହେବାକୁ କିଏ ବା ନ ଚାହେଁ । ସମସ୍ତେ ଫିଟ୍ ଆଉ ସୁନ୍ଦର ଦିଶିବାକୁ ଚାହାନ୍ତି । ପତଳା ହେବାକୁ କିଏ ଦିନସାରା ଡାଏଟରେ ରହିଥାନ୍ତି ତ କିଏ ଜୋରସୋର ଜିମ କରିଥାନ୍ତି । ଆଜି ଆମେ ଆପଣଙ୍କୁ ଏମିତି ଏକ ପାନୀୟ ବିଷୟରେ କହିବୁ ଯେଉଁଥିରେ ଭରପୁର ପ୍ରୋଟିନ ରହିଛି । ଶରୀର ପାଇଁ ଏହା ଯେତିକି ଲାଭ ଦିଏ କେଶକୁ ବି ଘନ ଏବଂ ଲମ୍ବା କରିଥାଏ ।

ଚିଆ ସିଡ୍ ବା ଓଡ଼ିଆରେ କହିଲେ ବଣ ତୁଳସୀ ମଞ୍ଜି । ଏହାର ଉପକାର ଆମେ ଅଳ୍ବ ବହୁତ ଜାଣିଛେ । ଏହି ଚିଆ ସିଡରେ ଓମେଗା-୩, ମ୍ୟାଗ୍ନେସିୟମ । ଆଇରନ୍, କ୍ୟାଲସିୟମ୍ ଏବଂ ପୋଟାସିୟମ ଭରପୁର ମାତ୍ରାରେ ରହିଥାଏ । ଏହା ରାଶି ଭଳି ଦେଖାଯାଏ । କଳା ରଙ୍ଗର ଏହି ମଞ୍ଜିକୁ ପାଣିରେ ପକାଇଲେ ଏହା ଫୁଲିଯାଏ । ଏହି ପାଣିରେ ଲେମ୍ବୁ, କଳା ଲୁଣ ଏବଂ ମିଶ୍ରି ମିଶାଇ ପିଇବା ଦ୍ବାରା ସ୍ବାସ୍ଥ୍ୟ ପାଇଁ ବହୁ ହିତକର ହୋଇଥାଏ । ଏହାକୁ ସବୁଦିନ ପିଇଲେ ବହୁତ ଲାଭ ଦେଇଥାଏ ।

ଏହା ଆପଣଙ୍କ ଓଜନ ହ୍ରାସ କରେ । ତ୍ବଚା ଏବଂ କେଶ ପାଇଁ ମଧ୍ୟ ଏହା ଲାଭଦାୟକ । ମହିଳାଙ୍କ ପାଇଁ ଆବଶ୍ୟକ ପ୍ରୋଟିନର ଶୂନ୍ୟସ୍ଥାନ ପୂରଣ କରିଥାଏ ଚିଆ ସିଡ୍ ।ଏହା ହାଡ଼ ମଜବୁତ କରିଥାଏ ଓ ଶରୀରରେ ବ୍ୟାକ୍ଟେରିଆ ବୃଦ୍ଧି କରିଥାଏ । ତ୍ବଚାକୁ ଶୁସ୍କ ହେବାକୁ ବଞ୍ଚାଇବା ସହ ଏହା ତ୍ବଚାରେ ଭାଙ୍ଗ ପଡ଼ିବାକୁ ଦେଇନଥାଏ । ଏହା ହାର୍ଟ ପାଇଁ ବି ଲାଭଦାୟକ ହୋଇଥାଏ ଓ କୋଲେଷ୍ଟ୍ରୋଲକୁ ମଧ୍ୟ  କଣ୍ଟ୍ରୋଲ କରେ ।

 

 

 

Comments are closed.