Latest Odisha News

ଭାରତୀୟ ସର୍ଜନ୍ ସଂଘ ବିରୋଧରେ ମାନହାନି ମାମଲା ରୁଜୁ କଲେ ଏ ଆର୍ ରହମାନ

ମୁମ୍ବାଇ: ଭାରତୀୟ ସର୍ଜନ୍ ସଂଘ ବିରୋଧରେ ମାନହାନି ମାମଲା ରୁଜୁ କଲେ ଖ୍ୟାତନାମା ସଙ୍ଗୀତଜ୍ଞ ଏ ଆର୍ ରହମାନ । ଗତ ସପ୍ତାହରେ ସର୍ଜନ ଆସୋସିଏସନ୍ ଅଫ୍ ଇଣ୍ଡିଆ ଏ ଆର ରହମାନଙ୍କ ବିରୋଧରେ ଅଭିଯୋଗ ଆଣିଥିଲା । ଏବେ ପାଲଟା ଅଭିଯୋଗ ଆଣି ରହମାନଙ୍କ ପକ୍ଷରୁ ଏକ ମାନହାନି ନୋଟିସ୍ ପଠାଯାଇଛି । ସର୍ଜନ ଆସୋସିଏସନ୍ ଅଭିଯୋଗ କରିଥିଲା ଯେ ରହମାନ ଏକ କନସର୍ଟ ପାଇଁ ସେମାନଙ୍କଠାରୁ ୨୯ ଲକ୍ଷ ଟଙ୍କା ନେଇଥିଲେ । ହେଲେ କନସର୍ଟ ଆୟୋଜନ କରି ନ ଥିଲେ । ରହମାନ ଏବେ ସମସ୍ତ ଅଭିଯୋଗକୁ ଅସ୍ୱୀକାର କରିବା ସହ ୧୦ କୋଟି ଟଙ୍କାର ମାନହାନି ନୋଟିସ ଜାରି କରିଛନ୍ତି ।

ସେପ୍େଟମ୍ବରରେ ଏ ଆର ରେହମାନଙ୍କୁ ତାଙ୍କ ଚେନ୍ନାଇ କନସର୍ଟରେ ଅବ୍ୟବସ୍ଥା ପାଇଁ ସମାଲୋଚନା କରାଯିବା ପରେ ଚର୍ଚ୍ଚାକୁ ଆସିଥିଲେ । ଏହି ଘଟଣାର କିଛି ସପ୍ତାହ ପରେ ସେ ଆଉ ଏକ ବିବାଦ ମଧ୍ୟରେ ଛନ୍ଦି ହୋଇଥିଲେ । ଆସୋସିଏସନ୍ ଅଫ୍ ସର୍ଜନ୍ ଅଫ୍ ଇଣ୍ଡିଆ ରହମାନଙ୍କ ବିରୋଧରେ ଅଭିଯୋଗ ରୁଜୁ କରିଥିଲା ଯେ, ସେ ଏକ କନସର୍ଟ ପାଇଁ ୨୯ ଲକ୍ଷ ଟଙ୍କା ପାଇଥିଲେ ବି କନସର୍ଟର ଆୟୋଜନ କରି ନ ଥିଲେ । ଏବେ ରହମାନଙ୍କ ଓକିଲ ସମସ୍ତ ଅଭିଯୋଗକୁ ଖଣ୍ଡନ କରି ଜବାବ ରଖିଛନ୍ତି । ଏହି ବିବାଦ ଉପରେ ପ୍ରତିକ୍ରିୟା ରଖି ସଙ୍ଗୀତଜ୍ଞଙ୍କ ରହମାନଙ୍କୁ ବଦନାମ କରିବାକୁ ଚେଷ୍ଟା କରିଥିବାରୁ ୧୦ କୋଟି ଟଙ୍କାର କ୍ଷତିପୂରଣ ଦାବି କରଛନ୍ତି ।ଏଥିସହ ଆସୋସିଏସନ୍ ଅଫ୍ ସର୍ଜନ୍ ଅଫ୍ ଇଣ୍ଡିଆକୁ ଲିଗାଲ ନୋଟିସ୍ ପଠାଇ ୩ ଦିନ ମଧ୍ୟରେ ତାଙ୍କ ବିରୋଧରେ ଆଣିଥିବା ଅଭିଯୋଗ ପ୍ରତ୍ୟାହାର କରିବାକୁ କହିଛନ୍ତି । ସେ ସମସ୍ତ ଅଭିଯୋଗକୁ ଅସ୍ୱୀକାର କରିବା ସହ ଏଥିରେ ତୃତୀୟ ପକ୍ଷ ସମ୍ପୃକ୍ତ ଥିବା ଉଲ୍ଲେଖ କରିଛନ୍ତି, ଯାହା ବିଷୟରେ ସେ ଅବଗତ ନଥିଲେ ବୋଲି ସ୍ପଷ୍ଟ କରିଛନ୍ତି ।

ନୋଟିସରେ ସେ ଏଆର ରହମାନଙ୍କ ପ୍ରତିଷ୍ଠାକୁ ଖରାପ କରିଥିବାରୁ ତାଙ୍କୁ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିବାକୁ ସଂଘକୁ କହିଛନ୍ତି । ଏହାବ୍ୟତୀତ ରହମାନଙ୍କୁ ବଦନାମ କରିବା ପାଇଁ ୧୦ କୋଟି ଟଙ୍କା କ୍ଷତିପୂରଣ ଦେବାକୁ ରହମାନଙ୍କ ଓକିଲ ସଂଘକୁ କହିଛନ୍ତି । ଯଦି ସଂଘ କ୍ଷତିପୂରଣ ପ୍ରଦାନ କରିବାରେ ବିଫଳ ହୁଏ ତେବେ ସଙ୍ଗୀତଜ୍ଞ ଆଇନଗତ ଏବଂ ଅପରାଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ସେ ଚେତାଇ ଦେଇଛନ୍ତି । ରହମାନଙ୍କ ବିରୋଧରେ ସଂଘର ଅଭିଯୋଗ ଅନୁଯାୟୀ ୨୦୧୮ରେ ସଙ୍ଗୀତଜ୍ଞ ୨୯ ଲକ୍ଷ ଟଙ୍କା ପାଇଥିଲେ ।

Comments are closed.