Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ଯ : ଆଷାଢ଼ର ପର୍ବପର୍ବାଣୀ

ଦୟାନିଧି ତ୍ରିପାଠୀଙ୍କ ସ୍ଵତନ୍ତ୍ର ଉପସ୍ଥାପନା

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।

ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଗୋଟିଏ ବର୍ଷ ମଧ୍ୟରେ ପାଳିତ ହେଉଥିବା ବିଭିନ୍ନ ପର୍ବପର୍ବାଣୀ ବିଷୟରେ ମାସ ଅନୁସାରେ ଆଲୋଚନା ଜାରି ରହିଛି। ସେହି କ୍ରମରେ ଆଜି ଆଲୋଚନା କରିବା ଆଷାଢ଼ ମାସ ବିଷୟରେ। ମହାପ୍ରଭୁଙ୍କ ଏହି ମାସଟି ଅତ୍ୟନ୍ତ ପବିତ୍ର କାରଣ ଏହି ମାସରେ ପୃଥିବୀ ପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହୋଇଥାଏ।

ଅଣସର ପଞ୍ଚମୀ ବା ଫୁଲରୀ ଲାଗି :-ଜ୍ୟେଷ୍ଠ ମାସ ପୁର୍ଣିମାଠାରୁ ଠାକୁରମାନେ ଅଣସର ଗୃହରେ ରହି ବିଭିନ୍ନ ଉପଚାର ପ୍ରାପ୍ତ ହୁଅନ୍ତି। ସେହି କ୍ରମେ ଆଷାଢ଼ କୃଷ୍ଣ ପଞ୍ଚମୀ ତିଥିରେ ଫୁଲରୀ ଲାଗି ଅନୁଷ୍ଠିତ ହୋଇଥାଏ।

ଚକା ବିଜେ :- ଆଷାଢ଼ ମାସ କୃଷ୍ଣ ପକ୍ଷ ଦଶମୀ ତିଥିରେ ସେହି ଅଣସର ଘରେ ଚକା ବିଜେ ନୀତି ଅନୁଷ୍ଠିତ ହୋଇଥାଏ।

ଖଳିଲାଗି ଏକାଦଶୀ :- ଆଷାଢ଼ ମାସ କୃଷ୍ଣ ପକ୍ଷ ଏକାଦଶୀ ତିଥିରେ ଶ୍ରୀଜୀଉମାନଙ୍କଠାରେ ଖଳି ଲାଗି ହୋଇଥାଏ।

ରାଜପ୍ରସାଦ ବିଜେ :-।ଆଷାଢ଼ ମାସ କୃଷ୍ଣ ପକ୍ଷ ଦ୍ୱାଦଶୀ ତିଥିରେ ଏହି ନୀତି ଅନୁଷ୍ଠିତ ହୋଇଥାଏ। ଯାହାର ସମ୍ପୂର୍ଣ୍ଣ ବିବରଣୀ ଆଗରୁ ପ୍ରଦାନ ହୋଇଛି।

ଘଣାଲାଗି, ଶ୍ରୀ ପୟର ପୂଜା :- ଆଷାଢ଼ ମାସ, କୃଷ୍ଣ ପକ୍ଷ ତ୍ରୟୋଦଶୀ ତିଥିରେ ଘଣା ଲାଗି ନୀତି ହୋଇଥାଏ। ଏହା ସହିତ ଶ୍ରୀ ପୟର ପୂଜା ଅନୁଷ୍ଠିତ ହୋଇଥାଏ।

ନେତ୍ର ଉତ୍ସବ ଓ ନବ ଯୌବନ ଦର୍ଶନ :- ଜ୍ୟେଷ୍ଠ ମାସ ପୂର୍ଣ୍ଣିମାଠାରୁ ଆଷାଢ଼ ମାସ କୃଷ୍ଣ ପକ୍ଷ ଚତୁର୍ଦ୍ଦଶୀ ପଯ୍ୟନ୍ତ ଠାକୁର ଅଣସର ଘରେ ରହି ଅମାବାସ୍ୟା ଦିନ ରତ୍ନ ସିଂହାସନକୁ ଫେରନ୍ତି ଓ ଭକ୍ତ ତଥା ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦିଅନ୍ତି। ଏହାକୁ ନବ ଯୌବନ ଦର୍ଶନ କୁହାଯାଏ। ଏହା ପୂର୍ବରୁ ନେତ୍ର ଉତ୍ସବ ନୀତି ପାଳିତ ହୁଏ। ପ୍ରଭୁଙ୍କର ଘୋଷ ଯାତ୍ରାର ଆରମ୍ଭ। ।

ଉଭାଯାତ୍ରା :-ଆଷାଢ଼ ମାସ ଶୁକ୍ଳ ପକ୍ଷ ପ୍ରତିପଦାରେ ଏହି ଉଭା ଯାତ୍ରା ଅନୁଷ୍ଠିତ ହୋଇଥାଏ।

ଶ୍ରୀ ଗୁଣ୍ଡିଚା ଯାତ୍ରା :-ଆଷାଢ଼ ମାସ ଶୁକ୍ଳ ପକ୍ଷ ଦ୍ଵିତୀୟା ତିଥିରେ ଶ୍ରୀଜୀଉମାନଙ୍କ ପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହୋଇଥାଏ।

ଆଗାମୀ ଅଧ୍ୟାୟରେ ଏହି ରଥଯାତ୍ରାର ସମ୍ପୂର୍ଣ୍ଣ ବିବରଣୀ ଜାଣିବା । ବର୍ତ୍ତମାନ ସମୟ ଆରାଧନା ଓ ଭାଗବତ ପଠନ।

ଏହା ନସୁଝି ଧର୍ମ ଛାଡି
ମଲେ ନରକେ ଥାନ୍ତି ପଡ଼ି।
ନିର୍ମଳ ଧନେ ଯଜ୍ଞ କଲେ
ଦେବତା ଋଣ ଶୁଝେ ଭଲେ।
ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )

Comments are closed.