ମୁମ୍ବାଇ : ବଲିଉଡ଼ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଲାଗି ନବରାତ୍ର ବ୍ରତ କରିବେ ମନି ଲଣ୍ଡରିଂ ମାମଲାରେ ଜେଲରେ ଥିବା ମହାଠକ ସୁକେଶ ଚନ୍ଦ୍ରଶେଖର । ଏନେଇ ସେ ଜ୍ୟାକ୍ଲିନ୍ଙ୍କୁ ଏକ ଚିଠି ଲେଖି ଏହା ଜଣାଇଛନ୍ତି । ସୁକେଶଙ୍କ ଏହି ଚିଠି ଏବେ ସୋସିଆଲ ମିଡ଼ିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି ।
ଏହି ଚିଠିରେ ସୁକେଶ ଲେଖିଛନ୍ତି ଯେ, ମୋର ବେବି ଜ୍ୟାକଲିନ, ଆପଣ ଦୋହା ଶୋ ସମୟରେ ବହୁତ ସୁନ୍ଦର ଦେଖାଯାଉଥିଲ । ବେବି, ତୁମଠାରୁ ଅଧିକ ସୁନ୍ଦର କେହି ନାହାଁନ୍ତି । ଆସନ୍ତାକାଲି ଠାରୁ ମୁଁ ନବରାତ୍ରୀ ଆରମ୍ଭ କରୁଛି । ଏହି ସମୟ ମଧ୍ୟରେ, ମୁଁ ପ୍ରଥମ ଥର ପାଇଁ ନଅ ଦିନ ଉପବାସ କରିବାକୁ ଯାଉଛି । ମା’ ସବୁକିଛି ଠିକ କରିବେ ଏବଂ ଆମେ ଶୀଘ୍ର ପରସ୍ପର ସହିତ ରହିବା । ଯାହା ହେଉନା କାହିଁକି ଏବଂ ସବୁବେଳେ ଏକାଠି ରହିବା ।
ତାଙ୍କ ଚିଠିରେ ସୁକେଶ ଜ୍ୟାକଲିନଙ୍କୁ ସିଂହୀ ବୋଲି କହିଛନ୍ତି । ପ୍ରଥମ ଥର ପାଇଁ ମୁଁ ମାତା ରାଣୀଙ୍କ ନଅ ଦିନ ଉପବାସ ତୁମର ମଙ୍ଗଳ ପାଇଁ କରିବି । ବିଶେଷ କରି ଆମ ଚାରିପାଖରେ ଉପସ୍ଥିତ ଥିବା ନକାରାତ୍ମକତାକୁ ହ୍ରାସ କରିବାକୁ ମୁଁ ଏହି ଉପବାସକୁ ପାଳନ କରିବି । ମାତୃ ଶକ୍ତିଙ୍କର ଆଶୀର୍ବାଦରେ ସବୁକିଛି ଠିକ ହେବ । ମୁଁ ନବରାତ୍ରିରେ ଏକ ସ୍ୱତନ୍ତ୍ର ପୂଜା ଆରତୀ ଆୟୋଜନ କରୁଛି । ମାତା ବୈଷ୍ଣୋ ଦେବୀଙ୍କ ମନ୍ଦିର ଏବଂ ମହାକାଳେଶ୍ୱର ମନ୍ଦିରରେ ଏହା ଆୟୋଜିତ ହେବ ।
Comments are closed.