ନୂଆଦିଲ୍ଲୀ: ଜାତିସଂଘରେ ଆଗତ ହମାସ-ଇସ୍ରାଏଲ ମଧ୍ୟରେ ସିଜଫାୟାର ପ୍ରସ୍ତାବରୁ ଦୂରେଇ ରହଲା ଭାରତ । ଶୁକ୍ରବାର ଜାତିସଂଘ ମହାସଭାରେ ଜୋର୍ଡାନ ଦ୍ୱାରା ପ୍ରସ୍ତୁତ ଏହି ପ୍ରସ୍ତାବ ଉପରେ ମତଦାନ ଚାଲିଥିଲା । ହେଲେ ଏଥିରେ ହମାସ ଆତଙ୍କବାଦୀ କାର୍ଯ୍ୟକଳାପ ଉପରେ କଛି ଉଲ୍ଲେଖ କରାଯାଇ ନ ଥିଲା । ଏହି କାରଣରୁ ଭାରତ ଏହି ପ୍ରସ୍ତାବ ଉପରେ ମତଦାନରୁ ନିଜକୁ ଦୂରେଇ ରଖିଥିଲା ।
ଏହି ପ୍ରସ୍ତାବରେ ଗାଜା ପଟ୍ଟିରେ ମାନବୀୟ ସହାୟତା ପହଞ୍ଚାଇବା ଲାଗି ମଧ୍ୟ ଆହ୍ନାନ ଦିଆ ଯାଇଥିଲା । ବାଂଲାଦେଶ, ମାଲଦୀପ, ପାକିସ୍ତନ, ରୁଷ ଏବଂ ଦକ୍ଷିଣ ଆଫ୍ରିକା ସହ ୪୦ଟି ଦେଶ ସମର୍ଥନ କରିଥିଲେ । ଭାରତ ବ୍ୟତୀତ ଅଷ୍ଟ୍ରେଲିଆ, କାନାଡା, ଜର୍ମାନୀ, ଜାପାନ, ୟୁକ୍ରେନ ଏବଂ ୟୁକେ ଏହି ଭୋଟିଂରୁ ଦୂରେଇ ରହିଥିଲେ ।
ମାନବୀୟ ସୁରକ୍ଷା ଏବଂ ଆଇନ ତଥା ମାନବୀୟ ଦାୟିତ୍ୱକୁ ବଜାୟ ରଖିବା ଶୀର୍ଷକ ପ୍ରସ୍ତାବ ପକ୍ଷରେ ୧୨୦ ଭୋଟ ପଡିଥିବାବେଳେ ୧୪ଭୋଟ ବିପକ୍ଷରେ ପଡିଥିଲା । ଅନୁପସ୍ଥିତ ସଦସ୍ୟଙ୍କ ସଂଖ୍ୟା ଥିଲା ୪୫ ।
ଜାତିସଂଘରେ ଭାରତର ପ୍ରତିନିଧି ଯୋଜନା ପଟେଲ କହିଛନ୍ତି, ଦୁନିଆରେ ଏପରି ମତଭେଦ ଏବଂ ବିବାଦକୁ ଆଲୋଚନା ମାଧ୍ୟମରେ ସମାଧାନ କରିବା ଉଚିତ । ଏହି ପ୍ରତିଷ୍ଠିତ ସଂସ୍ଥାକୁ ହିଂସାର ପରିଣତି ବିଷୟରେ ଚିନ୍ତା କରିବା ଦରକାର । ଅକ୍ଟୋବର ୭ ତାରିଖରେ ଇସ୍ରାଏଲ ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା ଯାହା ଅତ୍ୟନ୍ତ ନିନ୍ଦାର ବିଷୟ । ବନ୍ଧକ ରଖା ଯାଇଥିବା ଲୋକଙ୍କ ସହ ଆମର ସମବେଦନା ରହିଛି । ଏହି ବନ୍ଧକଙ୍କୁ ତୁରନ୍ତ ଏବଂ ବିନାସର୍ତ୍ତରେ ଛାଡି ଦିଆଯିବା ଉଚିତ । ଗାଜାରେ ମୃତ୍ୟୁର ତାଣ୍ଡବ ବି ଖୁବ ଚିନ୍ତାଜନକ ଅଟେ । ମହିଳା ଏବଂଶିଶୁଙ୍କୁ ବିଶେଷ କରି ଜୀବନ ହରାଇବାକୁ ପଡୁଛି । ଏହାକୁ ନେଇ ଭାରତ ଚିନ୍ତିତ । ଦୁଇ ଦେଶ ପରସ୍ପର ମଧ୍ୟରେ ଆଲୋଚନା କରି ଏହାର ସମାଧାନ କରିବା ଉଚିତ ।
BREAKING NEWS
- ଆପଣ ହମାସ ସମର୍ଥକମାନଙ୍କ ସହ ସରକାର ଗଠନ କରିପାରିବେ ନାହିଁ: ନେତ୍ୟାନ୍ୟାହୁ
- ୫ ଦଫା ଦାବି ନେଇ ପ୍ରତି ଜିଲ୍ଲାରେ ଆନ୍ଦୋଳନ କରିବ ଛାତ୍ର କଂଗ୍ରେସ
- ଗ୍ରାମୀଣ ଶିକ୍ଷା କ୍ଷେତ୍ରରେ ନୂତନ ଅଧ୍ୟାୟ: JSW ଉତ୍କଳ ଷ୍ଟିଲ୍ ଓ JSW ଫାଉଣ୍ଡେସନ୍ ପକ୍ଷରୁ ମାଗଣା କୋଚିଂ କାର୍ଯ୍ୟକ୍ରମ ଆରମ୍ଭ
- ସମୁଦ୍ରରେ ଗାଧୋଇବା ବେଳେ ଭାସିଗଲେ ୫ ପର୍ଯ୍ୟଟକ, ୨ ମୃତ
- ସ୍କୁଟିକୁ ଧକ୍କା ଦେଲା ଆମ୍ ବସ୍, ୩ ମହିଳା ଗୁରୁତର
- ସୟେଦ ମୁସ୍ତାକ୍ ଅଲି ଟି୨୦: ସୂର୍ୟ୍ୟକୁମାର ଯାଦବ ହେଲେ ମୁମ୍ବାଇର ଅଧିନାୟକ
- ରାଜ୍ୟରେ ଅପରାଧକୁ ନେଇ ଚାଞ୍ଚଲ୍ୟ: ଅନଡ୍ୟୁଟି ଲେଡି ଆଇପିଏସଙ୍କୁ ଦୁର୍ବ୍ୟବହାର
- ଏଗ୍ରିଷ୍ଟେକ୍ ଆଇଡି ନଥିଲେ ବି ଉଠିବ ଧାନ!
- ପି.ଟି. ଉଷାଙ୍କୁ ବଡ଼ ଝଟକା; ଆଇଓଏ ଏସଓଏମ ନିର୍ବାଚନରେ ହାରିଲେ, ସଙ୍କଟରେ ଅଧ୍ୟକ୍ଷ ପଦ
- କ୍ରେଗ୍ ଏର୍ଭିନ୍ଙ୍କ ଐତିହାସିକ ଦ୍ୱିଶତକ: ୧୦୦ ବର୍ଷ ପରେ ଟେଷ୍ଟ କ୍ରିକେଟ୍ରେ ରଚିଲେ ଇତିହାସ
Comments are closed.