Latest Odisha News

ଶୀତରେ ଖାଆନ୍ତୁ ଏହି ଖାଦ୍ୟ, ବଢିବ ରୋଗ ପ୍ରତିରୋଧକ ଶକ୍ତି, ବିଶାକ୍ତ ବାୟୁରୁ ମିଳିବ ମୁକ୍ତି

ଦିଲ୍ଲୀରେ ପ୍ରଦୂଷଣର ମାତ୍ରା ଦିନ କୁ ଦିନ ବଢିବାରେ ଲାଗିଛି । ତେଣୁ ଦିଲ୍ଲୀ କିମ୍ବା ଏହାର ଆଖପାଖରେ ଥିବା ଲୋକଙ୍କ ପାଇଁ ବର୍ତ୍ତମାନ ତାଙ୍କ ଡାଏଟରେ ଏପରି କିଛି ଖାଦ୍ୟ ସାମିଲ କରିବା ଦରକାର ଯାହାକି ତାଙ୍କ ସ୍ଵାସ୍ଥ୍ୟକୁ ସୁସ୍ଥ ରଖିବା ସହ ପ୍ରଦୂଷଣ ସହ ଲଢିବାରେ ସାହାର୍ଯ୍ୟ କରିପାରିବ ।

ଭୁବନେଶ୍ଵର: ଦୁନିଆର ବର୍ତ୍ତମାନ ସବୁଠାରୁ ପ୍ରଦୂଷିତ ସହର ଭାବରେ ଜଣାଯାଉଥିବା ଦିଲ୍ଲୀର ଆଖପାଖରେ ରହୁଥିବା ଲୋକମାନଙ୍କୁ ଏବେ ନିଶ୍ଵାସ ପ୍ରଶ୍ଵାସ ନେବା ମଧ୍ୟ କଷ୍ଟକର ହୋଇପଡିଛି । ଦିଲ୍ଲୀ ଏବଂ ଏହାର ପାଖାପାଖି ଅଞ୍ଚଳରେ ଏବେ ବାୟୁ ଗୁଣବତ୍ତା ସୂଚକାଙ୍କ ୪୫୦ ରୁ ଉର୍ଦ୍ଧ୍ଚରେ ରହୁଛି । ଏପରି ପ୍ରଦୂଷିତ ପରିବେଶରେ ରହୁଥିବା ଲୋକଙ୍କୁ ବର୍ତ୍ତମାନ ଏପରି କିଛି ଜିନିଷ ତାଙ୍କ ଖାଦ୍ୟରେ ସାମିଲ କରିବା ଉଚିତ ଯାହା ତାଙ୍କୁ  ଏହି ଦୂଷିତ ବାୟୁ ସହ ଲଢିବାରେ ସାହାର୍ଯ୍ୟ କରିବ । ଆଜି ଆମେ ଆପଣଙ୍କୁ ଏପରି ୧୦ଟି ଜିନିଷ ବିଷୟରେ କହିବୁ ଯାହାର ନିୟମିତ ସେବନ ଦ୍ଵାରା ଆପଣଙ୍କର ରୋଗପ୍ରତିରୋଧକ ଶକ୍ତି ବଢିବା ସହ ଆପଣ ଜ୍ଵର, ଥଣ୍ଡାରୁ ମଧ୍ୟ ମୁକ୍ତି ପାଇପାରିବେ ।

ଟମାଟୋ

ଟମାଟୋରୁ ଲାଇକୋପିନ ନାମକ ଏକ ଆଣ୍ଟିଅକ୍ସିଡେଣ୍ଟ ମିଳିଥାଏ । ଲାଇକୋପିନ ଆମ ଶ୍ଵାସକ୍ରିୟା ପାଇଁ ଏକ ସୁରକ୍ଷିତ ସ୍ତରଭାବରେ କାମ କରେ । ଏବଂ ବାୟୁମଣ୍ଡଠରେ ଉପସ୍ଥିତ ଧୂଳିକଣାଠାରୁ ଆମ ଶ୍ଵାସନଳୀକୁ ସୁରକ୍ଷା ଦେଇଥାଏ ।

ଅଁଳା

ଅନେକ ଅଧ୍ୟୟନରେ ଦେଖିବାକୁ ମିଳିଛି ଯେ ଅଁଳା ଖାଇବା ଦ୍ଵାରା ଆମ ଯକୃତ ଉପରେ ଧୂଳିକଣାର ଖରାପ ପ୍ରଭାବ ପଡିନଥାଏ । ବାୟୁମଣ୍ଡଳରେ ଥିବା ଧୂଳି କଣା ଆମ ଯକୃତକୁ କ୍ଷତି ପହଞ୍ଚାଇଥାଏ । ଏବଂ ଅଁଳା ଖାଇବା ଦ୍ଵାରା ସେଥିରୁ ଆମକୁ ସୁରକ୍ଷା ମିଳିଥାଏ ।

ହଳଦୀ

ହଳଦୀ ହେଉଛି ଏକ ଉତ୍କୃଷ୍ଟ ଆଣ୍ଟିଅକ୍ସିଡାଣ୍ଟ ଯାହା ଫୁସଫୁସକୁ ବାୟୁରେ ଥିବା ବିଷାକ୍ତ ଧୂଳିକଣିକାରୁ ରକ୍ଷା କରିଥାଏ | ଏହା ଯକୃତରୁ ବିଷାକ୍ତ ପଦାର୍ଥକୁ ବାହାର କରିବା ସହ ଯକୃତକୁ ସୁସ୍ଥ ରଖିଥାଏ । ଆଜମା ରୋଗୀମାନେ ହଳଦୀ, ଗୁଡ ଏବଂ ଘିଅକୁ ମିଶାଇ ଖାଇବା ଦ୍ଵାରା ଆଜମା ରୋଗରୁ ସାମାନ୍ୟ ଉପଚାର ମିଳିଥାଏ |

ତୁଳସୀ

ତୁଳସୀ ଫୁସଫୁସକୁ ବାୟୁ ପ୍ରଦୂଷଣର ଖରାପ ପ୍ରଭାବରୁ ରକ୍ଷା କରିଥାଏ । ଏହା ବ୍ୟତୀତ ତୁଳସୀ ଗଛ ବାୟୁରେ ଥିବା ଧୂଳି କଣିକାକୁ ଶୋଷି ବାୟୁକୁ ଶୁଦ୍ଧ କରିଥାଏ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, ପ୍ରତିଦିନ ୧୦-୧୫ ମିଲି ତୁଳସୀ ରସ ପିଇବା ଦ୍ୱାରା ଶ୍ୱାସକ୍ରିୟାରୁ ପ୍ରଦୂଷିତ କଣିକା ଦୂର ହୋଇଥାଏ ।

ଖଟା ଫଳ

କମଳା, ପିଜୁଳି, କିୱି, ଅଙ୍ଗୁର, ଲେମ୍ବୁ ଆଦି ଖଟା ଜାତୀୟ ଫଳରେ ଭିଟାମିନ ସି ପ୍ରଚୂର ପରିମାଣର ମିଳିଥାଏ । ଏହି ଫଳ ଗୁଡିକୁ ନିୟମିତ ସେବନ କରିବା ଦ୍ଵାରା ପ୍ରଦୁଷଣର ଖରାପ ପ୍ରଭାବରୁ ମୁକ୍ତି ମିଳିବା ସହ ଫୁସଫୁସ ସୁସ୍ଥ ରହିଥାଏ ।

ଗୁଡ

ସ୍ଵାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, ଆଜମା, ଶ୍ଵାସ ଆଦି ଶ୍ଵାସ ଜନିତ ରୋଗରେ ପୀଡିତ ଥିବା ରୋଗୀ ନିୟମିତ ଗୁଡ ସେବନ କରିବା ଦ୍ଵାରା ଫାଇଦା ମିଳିଥାଏ । ରାଶି ସହ ଗୁଡକୁ ମିଶ୍ରଣ କରି ଖାଇବା ଦ୍ଵାରା ବହୁ ଉପକାର ମିଳିଥାଏ । ଆପଣ ଚାହିଁଲେ ରାଶି ଓ ଗୁଡକୁ ମିଶାଇ ଲଡୁ ପ୍ରସ୍ତୁତ କରି ନିୟମିତ ଏହାର ବ୍ୟବହାର କରିପାରିବେ ।

ଗ୍ରିନ ଟି

ଆଣ୍ଟିଅକ୍ସିଡାଣ୍ଟରେ ଭରପୂର ଗ୍ରୀନ୍ ଟି ପିଇବା ଦ୍ୱାରା ଶରୀରର ସମସ୍ତ ମଇଳା ଦୂର ହୋଇଥାଏ | ପ୍ରଦୂଷଣର ଖରାପ ପ୍ରଭାବକୁ ହ୍ରାସ କରିବା ପାଇଁ ଦିନକୁ ଦୁଇ କପ୍ ଗ୍ରୀନ୍ ଟି ପିଅନ୍ତୁ |

ଅଖରୋଟ

ଅଖରୋଟରେ ଓମେଗା-୩ ଫ୍ୟାଟି ଏସିଡ ଭରପୂର ମତ୍ରାରେ ଥାଏ । ଯାହାର ନିୟମିତ ବ୍ୟବହାର ଆପଣଙ୍କୁ ଆଜମା ରୋଗରୁ ରକ୍ଷା କରିଥାଏ | ପ୍ରତିଦିନ ଅଖରୋଟ ଖାଇବା ଦ୍ୱାରା ଆପଣଙ୍କୁ ଅନେକ ଶ୍ୱାସ ଜନିତ ରୋଗରୁ ରକ୍ଷା ମିଳିଥାଏ ।

ବିଟ୍

ବିଟରେ ନାଇଟ୍ରେଟ୍ କମ୍ପାଉଣ୍ଡସ୍ ଥାଏ ଯାହା ଫୁସଫୁସକୁ ସଠିକ୍ ଭାବରେ କାମ କରିବାରେ ସାହାଯ୍ୟ କରିଥାଏ | ଡାକ୍ତରଙ୍କ ଅନୁଯାୟୀ, ନାଇଟ୍ରେଟ୍ ରକ୍ତବାହୀକୁ ଆରାମ ଦେଇଥାଏ, ରକ୍ତଚାପକୁ ହ୍ରାସ କରିଥାଏ ଏବଂ ଶରୀରରେ ପର୍ଯ୍ୟାପ୍ତ ପରିମାଣର ଅମ୍ଳଜାନ ଯୋଗାଇଥାଏ । ବିଟରେ ମ୍ୟାଗ୍ନେସିୟମ୍, ପୋଟାସିୟମ ଏବଂ ଭିଟାମିନ୍ ସି ଥାଏ ଯାହା ଫୁସଫୁସ ପାଇଁ ଜରୁରୀ ଅଟେ ।

ରସୁଣ

ରସୁଣ ଖାଇବା ଦ୍ୱାରା ଶରୀରରେ ସଂକ୍ରମଣ ହୁଏ ନାହିଁ | ଏଥିରେ ଏଲିସିନ୍ ଥାଏ ଯାହା ଆମକୁ ଆଜମା ଏବଂ ଅନ୍ୟାନ୍ୟ ଶ୍ଵାସରୋଗରୁ ରକ୍ଷା କରିଥାଏ ।

Comments are closed.