Latest Odisha News

BREAKING NEWS

ସ୍ୱାସ୍ଥ୍ୟଗତ ଅବ୍ୟବସ୍ଥାକୁ ନେଇ ବିଭିନ୍ନ ଦାବି, ଜିଲ୍ଲାପାଳ ଅଫିସ ଘେରାଉ କଲେ ଯୁବ କଂଗ୍ରେସ କର୍ମୀ

ପୁରୀ: ସ୍ୱାସ୍ଥ୍ୟଗତ ଅବ୍ୟବସ୍ଥାକୁ କେନ୍ଦ୍ର କରି ଅନେକ ଦାବି ସହ ପୁରୀ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିଛି ପୁରୀ ଜିଲ୍ଲା ଯୁବକଂଗ୍ରେସ। ଶତାଧିକ ଯୁବ କଂଗ୍ରେସ କର୍ମୀ ଏକ ଶୋଭାଯାତ୍ରାରେ ପୁରୀ ଅନନ୍ୟା ରିସର୍ଟ ହୋଟେଲ ନିକଟରୁ ବାହାରି ପୁରୁଣା ସଦର ଥାନା ଦେଇ କଲେଜ ଛକ ଏବଂ କୋର୍ଟ କଚେରୀ ଦେଇ ଜିଲ୍ଲାପାଳଙ୍କ ଅଫିସଠାରେ ପହଞ୍ଚି ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି।

BjdElectrycity

ଏହି କାର୍ଯ୍ୟକ୍ରମରେ ପୁରୀ ଜିଲ୍ଲା ଯୁବ କଂଗ୍ରେସ ସଭାପତି ଆଲୋକ କୁମାର ଦାଶଙ୍କ ନେତୃତ୍ୱରେ ପୁରୀ ଜିଲ୍ଲା ସୁଦୃଢ ସଂଗଠକ ରଶ୍ମୀକାନ୍ତ ସାହୁ, ମାନସ ରଞ୍ଜନ ମିଶ୍ର, ଜିଲ୍ଲା କଂଗ୍ରେସ ସାଧାରଣ ସମ୍ପାଦକ ଅଭିନାଶ ମିଶ୍ର, ଯୁବ କଂଗ୍ରେସ ବିଧାନ ସଭା ସଭାପତି ମନୋଜ ମଣ୍ଡଳ, ଯୁବ କଂଗ୍ରେସ ବିଧାନସଭା ଉପସଭାପତି ଅନିଲ ବେଜ, ସଦର ଯୁବ ନେତା ଆଦିତ୍ୟ କୁମାର, ଅନନ୍ୟ ଯୁବ କର୍ମୀ ମଧ୍ୟରେ ଜଗଦୀଶ ରାଉତ, ସାହିଲ ମହାନ୍ତି, ହେମନ୍ତ ପ୍ରଧାନ, ସୁମିତ ପାଲ, ସାହିଲ ପୃଷ୍ଟି, ଅରମାନ ଭଦ୍ର, ଯୁବରାଜ ସିଂହ, ବିଶ୍ୱଜିତ ପାତ୍ର, ଅର୍ପିତ ଦିକ୍ଷୀତ, ରାକେଶ ପଟ୍ଟନାୟକ, ବିମଲ ନାୟକ, ଅନିଲ ନାୟକ, ବିଷ୍ଣୁ ପ୍ରସାଦ ହୋତାଙ୍କ ନେତୃତ୍ୱରେ ଶତାଧିକ ଯୁବ କଂଗ୍ରେସ କର୍ମୀ ଶୋଭାଯାତ୍ରାରେ ସାମିଲ ହୋଇଥିଲା। ଏହାସହ ଜିଲ୍ଲାପାଳ ଅଫିସ ଘେରାଉ କରିଥିଲେ।

Leave A Reply

Your email address will not be published.