Latest Odisha News

ଓଡ଼ିଶାରେ ଖୋଲିବ ହାତୀଙ୍କ ପାଠଶାଳା : ହାତୀ ଆକ୍ରମଣରେ ମୃତ୍ୟୁ ହେଲେ ମିଳିବ ୬ଲକ୍ଷ

ଭୁବନେଶ୍ବର: ଦିନକୁ ଦିନ ଉଗ୍ର ହେବାରେ ଲାଗିଛି ହାତୀ ମଣିଷ ଲଢେଇ  । କେତେବେଳେ ହାତୀ ଆକ୍ରମଣରେ ମଣିଷର ଜୀବନ ଯାଉଛି  । ତ କେତେବେଳେ ହାତୀର ଜୀବନ ଯାଉଛି । ତେବେ ଏ ନେଇ ଏକ ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଛନ୍ତି ପିସିସିଏଫ୍ ଦେବୀଦତ୍ତ ବିଶ୍ବାଳ । ସେ କହିଛନ୍ତି ହାତୀ ଆକ୍ରମଣରେ ମୃତ୍ୟୁବରଣ କରୁଥିବା ଲୋକଙ୍କ ପାଇଁ ଅନୁକମ୍ପା ରାଶିର ବ୍ୟବସ୍ଥା ରହିଛି । ଏଥିପାଇଁ ସେମାନଙ୍କୁ ଅନଲାଇନରେ ଆବେଦନ କରିବାକୁ ପଡିବ  । ଏବେ ଏହି ଅନୁକମ୍ପା ରାଶିକୁ ବୃଦ୍ଧି କରାଯାଇଛି ।

ହାତୀ ମଣିଷ ଲଢେଇରେ ମୃତ୍ୟୁ ହେଲେ ୬ ଲକ୍ଷ , ଫସଲ ନଷ୍ଟ ହେଲେ ଏକର ପିଛା ୨୦ ହଜାର ମିଳିବ  । ହାତୀ ମଣିଷ ଲଢ଼େଇରେ ବର୍ଷକୁ ପ୍ରାୟ ୬୦ ଜଣଙ୍କ ଜୀବନ ଯାଉଛି। ବାରମ୍ବାର ଲୋକମାନଙ୍କୁ ଏ ନେଇ ସଚେତନ କରାଯାଉଛି । ହାତୀ ଥିବା ସ୍ଥାନକୁ ନଯିବାକୁ ପରାମର୍ଶ ଦିଆଯାଉଛି  ।

ହେଲେ ଲୋକେ ଏହାକୁ ଖାତିର କରୁନାହାଁନ୍ତି । ଯାହା ଫଳରେ ଅନେକଙ୍କ ଜୀବନ ଯାଇଛି। ଆହୁରି ମଧ୍ୟ ସେ କହିଛନ୍ତି  ଓଡ଼ିଶାରେ ହାତୀଙ୍କ ପାଠଶାଳା ଖୋଲିବ  । ହାତୀଙ୍କ ପାଠଶାଳା ପାଇଁ ବିଭିନ୍ନ ରାଜ୍ୟ ସହ କଥା ଚାଲିଛି। କୁମକି ହାତୀଙ୍କ ପରି ଟ୍ରେନିଂ ପାଇଥିବା ହାତୀ ଯେଉଁଥିରେ ତାଙ୍କର ମାହୁନ୍ତ ସେମାନଙ୍କୁ ଟ୍ରେନିଂ ଦେଇଥାଏ । ସେମାନଙ୍କ ସାହାଯ୍ୟରେ ଜଙ୍ଗଲ ହାତୀକୁ ଆୟତ୍ତ କରାଯାଇପାରିବ ।

Comments are closed.