Latest Odisha News

BREAKING NEWS

ଭାଷା ଭାଗବତ : ଶାସ୍ତ୍ରୀୟ ସ୍ବାନୁଭୂତି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ

ଯାହାକୁ କହୁଁ ଆମେ ଶାସ୍ତ୍ର
ତାହା କଦାପି ନୁହେ ଅସ୍ତ୍ର
ନିୟଂତ୍ରଣ କରିବ ମନ
ଅଥବା ସ୍ବାଧୀନ ଚିଂତନ

ଶାସ୍ତ୍ର, ଶାସ୍ତ୍ର ହୁଅଂତି ଘୋଷି
ନିର୍ଦିଷ୍ଟ ଶାସ୍ତ୍ର ନ ପ୍ରକାଶି
ତେଣୁ ମତ ଯାହାର ଯାହା
ଶାସ୍ତ୍ର ବୋଲାଇଥାଏ ତାହା

ନିର୍ଦିଷ୍ଟ ଗ୍ରଂଥ ନାମୋଲ୍ଲେଖ
ନ କରି ବହୁ ଜ୍ଞାନୀ ଲୋକ
ଜଣାଂତି ନିଜର ଧାରଣା
‘ ଶାସ୍ତ୍ରୋକ୍ତ ‘ ବୋଲି ତାହା ଜଣା

ବୁଦ୍ଧିମତ୍ତା ଓ ଧୈର୍ଯ ଧରି
ସମସ୍ୟା-ସିଂଧୁ ହେଲେ ପାରି
ପ୍ରକାଶ ପାଏ ମନୋଭାବ
ଏମିତି କବିଂକ ସ୍ବଭାବ

ବିବୃତି ହୁଏ କି କବିତା
ଥରଟେ କରିବାକୁ ଚିଂତା
ଯାହା ପାଖରେ ବେଳ ନାହିଁ
ସେ ସୁଦ୍ଧା କବିତା ଲେଖଇ

ନିଜକୁ ବଦଳାଇ ଦେଖ
ବଦଳିଯିବେ ବହୁ ଲୋକ
ହେବେ ସରଳ ଆଉ ସ୍ପଷ୍ଟ
ନିଜକୁ କରିବେନି ନଷ୍ଟ

ପହିଲେ ବଦଳିଲେ ଜଣେ
ତା’ପରେ ବଦଳଂତି ପଣେ
ଅଭିବ୍ୟକ୍ତିରେ ନିର୍ଦିଷ୍ଟତା
ଅଟେ ଭାଷାର ମୂଳ କଥା

ସାହିତ୍ୟ ହେଲେ କାମଚଳା
ବୁଡ଼ିଯାଏ ଭାଷାର ଭେଳା
ଏହାକୁ ପ୍ରତି କ୍ଷଣ ହେଜି
ଲେଖିବା ପାଇଁ ହେବା ରାଜି

Comments are closed.