ଚେନ୍ନାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଦିନ ତାମିଲନାଡୁର ମମଲ୍ଲାପୁରମରେ ତାଜ ଫିସରମ୍ୟାନ କାଭ୍ ରିସର୍ଟ ଆଣ୍ଡ ସ୍ପା ବାହାରେ ଥିବା ସମୁଦ୍ର ବେଳାଭୂମିରୁ ଅଳିଆ ଉଠାଇଛନ୍ତି।
ମାମଲାପୁରମର ସମୁଦ୍ର ବେଳାଭୂମିରେ ପ୍ରାତଃଭ୍ରମଣ କରିବା ସମୟରେ ପ୍ରଧାନମନ୍ତ୍ରୀ ଆଜି ୩୦ ମିନିଟରୁ ଉର୍ଦ୍ଧ୍ଵ ସମୟ ଧରି ଅଳିଆ ଓ ପ୍ଲାଷ୍ଟିକ ସଫା କରିଥିଲେ ।
Plogging at a beach in Mamallapuram this morning. It lasted for over 30 minutes.
Also handed over my ‘collection’ to Jeyaraj, who is a part of the hotel staff.
Let us ensure our public places are clean and tidy!
Let us also ensure we remain fit and healthy. pic.twitter.com/qBHLTxtM9y
— Narendra Modi (@narendramodi) October 12, 2019
ଏନେଇ ସେ ଟ୍ବିଟ୍ ମଧ୍ୟ କରିଛନ୍ତି।
“ଆଜି ସକାଳେ ମାମଲାପୁରମର ସମୁଦ୍ର ବେଳାଭୂମିକୁ ସଫା କରିଥିଲି । ଏହା ପ୍ରାୟ 30 ମିନିଟ ଲାଗିଥିଲା । ଆସନ୍ତୁ ଆମ ସାର୍ବଜନୀନ ସ୍ଥାନକୁ ସଫା-ସୁତୁରା ରଖିବା। ନିଶ୍ଚିତ କରିବା ଯେ ଆମେ ଯେପରି ଫିଟ ଓ ସୁସ୍ଥ ରହିବା” ବୋଲି ସେ ଟ୍ବିଟରେ ଉଲ୍ଲେଖ କରିଛନ୍ତି।
Comments are closed.