Latest Odisha News

BREAKING NEWS

ବିଜେଡ଼ିରୁ ଇସ୍ତଫା ଦେବାର କିଛି ସମୟ ପରେ ବିଜେପିରେ ମିଶିଲେ ଦେବାଶିଷ

ବନେଶ୍ୱର: ବିଜେପିରେ ମିଶିଛନ୍ତି ବରୀର ପୂର୍ବତନ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଦେବାଶିଷ ନାୟକ। ବିଜେଡିରୁ ଇସ୍ତଫା ଦେବାର କିଛି ସମୟ ପରେ ବିଜେପିରେ ମିଶିଛନ୍ତି ଦେବାଶିଷ ନାୟକ। ୪ ଥରର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଦେବାଶିଷ ନାୟକ ବିଜେଡି ଛାଡ଼ି ବିଜେପିରେ ସାମିଲ ହୋଇଛନ୍ତି। ଏକଦା ବିଜେଡିର ଟାଣୁଆ ନେତା ଥିଲେ ଦେବାଶିଷ ନାୟକ। ସେ କେବଳ ଟାଣୁଆ ନେତା ନଥିଲେ, ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଖାସ ଅନୁଗତ ଥିଲେ।

ସୂଚନାଯୋଗ୍ୟ ଜନତା ଦଳରୁ ନିଜର ରାଜନୈତିକ ଯାତ୍ରା ଆରମ୍ଭ କରିଥିଲେ ଦେବାଶିଷ ନାୟକ। ଦେବାଶିଷ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କର ଅତ୍ୟନ୍ତ ଆନୁଗତ୍ୟ ଥିଲେ ବୋଲି କୁହାଯାଏ। ତେବେ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେବା ପରେ ବିଜେଡିରେ ସାମିଲ୍ ହୋଇ ଯାଜପୁରର ଜଣେ ଟାଣୁଆ ନେତା ହିସାବରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ।

ବରୀ ନିର୍ବାଚନ ମଣ୍ଡଳୀରୁ ୨୦୦୦ ମସିହାରୁ ୨୦୧୯ ମସିହା ପର୍ଯ୍ୟନ୍ତ ୪ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ ଦେବାଶିଷ । କିନ୍ତୁ ୨୦୧୯ ମସିହାରେ ବରୀରେ ନିର୍ବାଚନ ଲଢିବାକୁ ଦେବାଶିଷଙ୍କୁ ଆଉ ସୁଯୋଗ ଦିଆଯାଇନଥିଲା। କିଛି ମାସ ହେବ ଦଳରେ ସକ୍ରୀୟ ଭୂମିକାରେ ନଥିବାରୁ ଦେବାଶିଷ ଦଳ ଛାଡିପାରନ୍ତି ବୋଲି ଅନେକ ଚର୍ଚ୍ଚା ଆରମ୍ଭ ହୋଇଥିଲା । ଆଜି ସମସ୍ତ ଚର୍ଚ୍ଚା ଆଲୋଚନାରେ ପୂର୍ଣ୍ଣଛେଦ ପଡିଲା ।

ଏଠାରେ କହି ରଖୁ କି ବରୀ ନିର୍ବାଚନମଣ୍ଡଳୀର ୨୦୦୦, ୨୦୦୪, ୨୦୦୯ ଓ ୨୦୧୯ ପର୍ଯ୍ୟନ୍ତ ବିଜେଡିରୁ ବିଧାୟକ ଭାବେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଏପରିକି ନବୀନ ପଟ୍ଟନାୟକଙ୍କ କ୍ୟାବିନେଟ୍‌ରେ ଶ୍ରୀ ନାୟକ ମନ୍ତ୍ରୀ ମଧ୍ୟ ହୋଇଥିଲେ।

Comments are closed.