Latest Odisha News

BREAKING NEWS

ପଦ୍ମ ଧରିଲେ ପ୍ରେମାନନ୍ଦ ନାୟକ ଏବଂ ରାଜୁ ଦାସ

ଭୁବନେଶ୍ଵର: ସବୁ ଚର୍ଚ୍ଚାର ଅନ୍ତ ଘଟାଇଲେ ଧାମନଗର ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ । ପଦ୍ମ ଧରିଲେ ରାଜୁ ଦାସ । ତାଙ୍କ ସହ ତେଲକୋଇ ବିଧାୟକ ପ୍ରେମାନନ୍ଦ ନାୟକ ମଧ୍ୟ ବିଜେପିରେ ଯୋଗ ଦେଇଛନ୍ତି । ନିଜ ସମର୍ଥକଙ୍କ ଗହଣରେ ଆସି ବିଜେପି ଦଳୀୟ କାର୍ଯ୍ୟାଳୟରେ ସଭାପତି ମନମୋହନ ସାମଲ ଓ ଅନ୍ୟ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ବିଜେପିରେ ଯୋଗ ଦେଇଛନ୍ତି ଏହି ଦୁହେଁ ।

ସୂଚନା ଅନୁସାରେ, ବହୁ ଦିନ ଧରି ଲାଗି ରହିଥିବା କଳ୍ପନା ଜଳ୍ପନାର ଅନ୍ତ ଯଟାଇ ଶେଷରେ ପଦ୍ମ ଧରିଲେ ଧାମନଗର ପୂର୍ବତନ ବିଧାୟକ ରାଜୁ ଦାସ । ଗତ ଧାମନଗର ଉପ-ନିର୍ବାଚନ ବେଳେ ରାଜେନ୍ଦ୍ର ଦାସଙ୍କୁ ଟିକେଟ ନ ମିଳିବାରୁ ସ୍ୱାଧୀନ ଭାବେ ନିର୍ବାଚନ ଲଢିଥିଲେ । ଦଳ ବିରୋଧୀ କାମ ପାଇଁ ରାଜେନ୍ଦ୍ରଙ୍କୁ ବିଜେଡି ବହିଷ୍କାର କରିଥିଲା । ସେହିପରି ତେଲକୋଇରୁ ୨୦୦୯ ଓ ୨୦୧୯ରେ ବିଧାୟକ ହୋଇଥିବା ପ୍ରେମାନନ୍ଦ ନାୟକ ଗତ କିଛି ଦିନ ପୂର୍ବରୁ ବିଜେଡିରୁ ଇସ୍ତଫା ଦେଇଥିଲେ ।

ସେପଟେ ଗତକାଲି କଂଗ୍ରେସର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇ ଆଜି ବିଜେପିରେ ମିଶିଛନ୍ତି ଭଦ୍ରକର ପୂର୍ବତନ ବିଧାୟକ ନରେନ ପଲେଇ। ବ୍ୟକ୍ତିଗତ କାରଣ ଦର୍ଶାଇ ଗତକାଲି ସେ ଇସ୍ତଫା ଦେଇଥିଲେ । ନରେନ ପଲେଇ ୨୦୦୪ରୁ ୨୦୦୯ ପର୍ଯ୍ୟନ୍ତ ଭଦ୍ରକ ବିଧାୟକ ଥିଲେ। ଗତ ନିର୍ବାଚନରେ କଂଗ୍ରେସ ଟିକେଟ ପାଇଁ ଆଶାୟୀ ଥିଲେ ନରେନ କିନ୍ତୁ ତାଙ୍କୁ ଟିକେଟ ମିଳିନଥିଲା । ସେବେଠୁ କଂଗ୍ରେସରେ ଥାଇ ମଧ୍ୟ ସକ୍ରିୟ ରାଜନୀତି ଠାରୁ ଦୂରରେ ଥିଲେ ନରେନ।

 

Comments are closed.