ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ
ଅତ୍ୟୁକ୍ତି ଜ୍ଞାନର ବିରୋଧୀ
ଜ୍ଞାନର ମାର୍ଗ ଦିଏରୁଂଧି
ଜ୍ଞାନାର୍କ ହେଲେ ସୂତ୍ରୋପମ
ସଂଚାର ହୁଅଇ ସୁଗମ
ଚିଂତାର ନାହିଁ ଥଳ, କୂଳ
ଗତି ବି ଅତ୍ୟଂତ ପ୍ରବଳ
ତାହାକୁ କଲେ ନିୟଂତ୍ରଣ
ବକ୍ତବ୍ୟ ହୁଏ ପରିପୂର୍ଣ
ଆବଶ୍ଯକତା ଅନୁସାରେ
ଯିଏ ବି ଶବ୍ଦ ବ୍ୟୟ କରେ
ତାହାର ଲେଖା ଆଉ କଥା
ଭାଷାକୁ ଦିଏ ନିରାପତ୍ତା
ସାମାନ୍ଯ ଅସାବଧାନତା
କିପାଇଁ ସହିବ କବିତା ?
ଭାଷା ସହିତ କଲେ ଖେଳ
ରଚନା ହୁଏନି ସଫଳ
ଲେଖାଲେଖି ତ ସୂକ୍ଷ୍ମ କାମ
ଟିକେ ବି ନ ରହିଲେ ଭ୍ରମ
ସାହିତ୍ୟ ହୁଏ ସର୍ବୋତ୍ତମ
ମିଳଇ ଭଲ ପରିଣାମ
ଲେଖକ ବେପରୁଆ ହେଲେ
ସାହିତ୍ୟ କଦାପି ନ ଚଳେ
ଅଚଳ ସାହିତ୍ୟର ସ୍ରଷ୍ଟା
ହୁଅଂତିନାହିଁ ଦୂରଦ୍ରଷ୍ଟା
ଧନ ଓ ଯଶ ପ୍ରାପ୍ତି ପାଇଁ
ଯେ କେହି ଯାହା ବି ଲେଖଇ
କରେନି କାଳକୁ ଲଂଘନ
ଅଥବା ଭାଷାକୁ ସଂପନ୍ନ
ଲେଖିବା ହୁଏ ଯା’ର ପେସା
ତାହାକୁ କରିଲେ ଭରସା
ମିଳଇ ମୋଟା ମୋଟା ବହି
ଯାହା କେହି ପଢ଼ଂତିନାହିଁ
ବର୍ଣନା ହେଲେ ବିସ୍ତାରିତ
ଦୋହଲେ ପାଠକର ଚିତ୍ତ
ହାତକୁ ଆସେ ସିନା ବିତ୍ତ
ସାହିତ୍ୟ ହୁଏନି ଉନ୍ନତ
Comments are closed.