Latest Odisha News

BREAKING NEWS

ଆଜିଠୁ ମାଟ୍ରିକ ପରୀକ୍ଷା ଖାତା ଦେଖା, ୫୫ କେନ୍ଦ୍ରରେ ହେବ ମୂଲ୍ୟାୟନ

ଭୁବନେଶ୍ବର: ଆଜିଠାରୁ ମାଟ୍ରିକ ପରୀକ୍ଷା ଖାତା ଦେଖା ଆରମ୍ଭ । ଏହା ସହିତ ମଧ୍ୟମା ଓ ଷ୍ଟେଟ୍ ଓପନ୍ ସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା ଖାତା ଦେଖା ମଧ୍ୟ ଆରମ୍ଭ ହେବ । ରାଜ୍ୟର ମୋଟ ୫୫ ଟି କେନ୍ଦ୍ରରେ ଖାତା ଦେଖା ହେବ । ଏଥିପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଛି ।

ଖାତା ଦେଖାରେ ନିୟୋଜିତ ହେବେ ୧୫ ହଜାରରୁ ଅଧିକ ଶିକ୍ଷକ । ବୋର୍ଡ ପକ୍ଷରୁ ମୁଖ୍ୟ ପରୀକ୍ଷକ, ଡେପୁଟି ମୁଖ୍ୟ ପରୀକ୍ଷକ ଓ ପରୀକ୍ଷକମାନଙ୍କୁ ପ୍ରଶିକ୍ଷଣ କରାଯାଇଛି । ଖାତା ଦେଖା ଲାଗି ମୂଲ୍ୟାୟନ କେନ୍ଦ୍ରରେ ସର୍ବନିମ୍ନ ୯ଟି ୟୁନିଟ୍ ଏବଂ ସର୍ବାଧିକ ୧୩ଟି ୟୁନିଟ୍ ରହିଛି । ପ୍ରତି ୟୁନିଟରେ ୨୫ଜଣ ଶିକ୍ଷକଙ୍କୁ ଖାତା ଦେଖା ଲାଗି ନିୟୋଜିତ କରାଯାଇଛି ।

ସେହିପରି ମୂଲ୍ୟାୟନ କେନ୍ଦ୍ରରେ ଆବଶ୍ୟକସ୍ଥଳେ ଜିଲ୍ଲା ଶିକ୍ଷାଧୀକାରୀମାନେ ରିଜର୍ଭରେ ରିହିଥିବା ଶିକ୍ଷକମାନଙ୍କୁ ମୂଲ୍ୟାୟନ କେନ୍ଦ୍ରରେ ନିୟୋଜିତ କରିପାରିବେ ବୋଲି ବୋର୍ଡର ନିର୍ଦ୍ଦେଶ ରହିଛି । ସକାଳ ୧୦ ରୁ ସନ୍ଧ୍ୟା ୫ ଟା ପର୍ଯ୍ୟନ୍ତ ଖାତାଦେଖା ସମୟ ଧାର୍ଯ୍ୟ ରହିଛି । ପରୀକ୍ଷକ ମାନେ ୫୦ ନମ୍ବର ବିଶିଷ୍ଟ ସବଜେକ୍ଟିଭ ପ୍ରଶ୍ନର ଉତ୍ତର ଖାତାର ମୂଲ୍ୟାୟନ ପାଇଁ ବ୍ୟବସ୍ଥା ରହିଛି । ସବଜେକ୍ଟିଭ୍ ଉତ୍ତର ଗୁଡ଼ିକର ମୂଲ୍ୟାୟନ ୧୪ ଦିନ ଭିତରେ ସରିବ ।
ତେବେ ଗତ ଫେବୃଆରୀ ୨୦ ତାରିଖରୁ ମାଟ୍ରିକ୍ ପରୀକ୍ଷା ଆରମ୍ଭ ହୋଇଥିବା ବେଳେ ମାର୍ଚ୍ଚ ୪ ତାରିଖରେ ଶେଷ ହୋଇଥିଲା । ଚଳିତବର୍ଷ ମାଟ୍ରିକ୍ ପରୀକ୍ଷା ପାଇଁ ମୋଟ ୫ ଲକ୍ଷ ୫୧ ହଜାର ୬୧୧ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ ।

Comments are closed.